ସୁପ୍ରିମକୋର୍ଟର ଐତିହାସିକ ନିଷ୍ପତ୍ତି, ସିଭିଲ୍ ଜଜ୍ ପାଇଁ ୩ ବର୍ଷର ଆଇନ ଅଭ୍ୟାସ ବାଧ୍ୟତାମୂଳକ

ଏଣିତି ତିନି ବର୍ଷର ଅଭିଜ୍ଞତା ନଥିଲେ ସିଭିଲ୍ ଜଜ୍ ପାଇଁ ପରୀକ୍ଷାରେ ବସିପାରିବେ ନାହିଁ।

ନୂଆଦିଲ୍ଲୀ:  ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ନ୍ୟାୟପାଳିକାରେ ସିଭିଲ୍ ଜଜ୍ (ଜୁନିୟର ଡିଭିଜନ) ଭାବରେ ଯୋଗଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଏଣିକି ସିଭିଲ୍ ଜଜ୍ ପଦବୀରେ ନିଯୁକ୍ତି ପାଇଁ ଆଇନ ଅଭ୍ୟାସରେ ଅତି କମରେ ତିନି ବର୍ଷର ଅଭିଜ୍ଞତା ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଅନୁଯାୟୀ, ନୂତନ ଆଇନ ସ୍ନାତକମାନେ ସିଧାସଳଖ ସିଭିଲ୍ ଜଜ୍ ପାଇଁ ପରୀକ୍ଷାରେ ବସିପାରିବେ ନାହିଁ।

ଏହି ନିଷ୍ପତ୍ତି ମଙ୍ଗଳବାର (ମେ ୨୦, ୨୦୨୫) ସୁପ୍ରିମକୋର୍ଟଙ୍କ ଦ୍ୱାରା ଘୋଷଣା କରାଯାଇଛି, ଯାହା ନ୍ୟାୟପାଳିକାରେ ଅଧିକ ଅଭିଜ୍ଞ ଓ ଦକ୍ଷ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛି।

ସର୍ବୋଚ୍ଚ ନ୍ୟାୟାଳୟର ଏହି ନିର୍ଦ୍ଦେଶ ଅନୁସାରେ, ଆଇନ ଅଭ୍ୟାସ ମାଧ୍ୟମରେ ପ୍ରାର୍ଥୀମାନେ ବାସ୍ତବ ଅଭିଜ୍ଞତା ଅର୍ଜନ କରି ନ୍ୟାୟ ବିତରଣରେ ଅଧିକ ସକ୍ଷମ ହେବେ ବୋଲି ଆଶା କରାଯାଉଛି।

ଏହି ନିଷ୍ପତ୍ତି ନେଇ ଆଇନ ସମୁଦାୟରେ ମିଶ୍ରିତ ପ୍ରତିକ୍ରିୟା ଦେଖାଦେଇଛି। କେତେକ ଏହାକୁ ନ୍ୟାୟପାଳିକାର ଗୁଣବତ୍ତା ବୃଦ୍ଧି ପାଇଁ ଏକ ପାଦକ୍ଷେପ ବୋଲି ବିବେଚନା କରୁଥିବା ବେଳେ, ଅନ୍ୟ କେତେଜଣ ଏହା ନୂତନ ଆଇନ ସ୍ନାତକମାନଙ୍କ ପାଇଁ ନିଯୁକ୍ତି ସୁଯୋଗକୁ ସୀମିତ କରିବ ବୋଲି ମତ ପ୍ରକାଶ କରିଛନ୍ତି।

ଏହି ନିୟମ ସମସ୍ତ ରାଜ୍ୟରେ କାର୍ଯ୍ୟକାରୀ ହେବ ଏବଂ ରାଜ୍ୟ ନ୍ୟାୟିକ ସେବା ଆୟୋଗମାନଙ୍କୁ ଏହାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।