fbpx
BSKY
BJD MC SKY
BJD YOUTH SKY

ସୂର୍ଯ୍ୟ ଦେବଙ୍କୁ ଜଳଲାଗି କରିବାର ଉପଯୁକ୍ତ ସମୟ କେଉଁଟି: ଜାଣନ୍ତୁ ଏହାର ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ତ୍ୱ

ହିନ୍ଦୁ ଧର୍ମରେ ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ବୋଲି କୁହାଯାଇଥାଏ । ପ୍ରାଚୀନ କାଳରୁ ହିଁ ସୂର୍ଯ୍ୟଙ୍କୁ ଦେବତାର ମାନ୍ୟତା ଦିଆଯାଇ ପୂଜା କରାଯାଉଛି । ଏହା ସହିତ ସୂର୍ଯ୍ୟଙ୍କୁ ସବୁ ଗ୍ରହ ଭିତରେ ରାଜା ବୋଲି ମଧ୍ୟ କୁହାଯାଇଥାଏ । ତେବେ ଏପରି ମାନ୍ୟତା ମଧ୍ୟ ରହିଛି ଯେ ଯେଉଁମାନେ ପ୍ରତିଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥାନ୍ତି ବା ଜଳଲାଗି କରିଥାନ୍ତି ସେମାନଙ୍କୁ ସୁଖ, ସୌଭାଗ୍ୟ, ଧନ, ପୁଣ୍ୟ ଏବଂ ପ୍ରତିଷ୍ଠା ପ୍ରାପ୍ତି ହୋଇଥାଏ । କୌଣସି ବ୍ରତର ଆରମ୍ଭ ମଧ୍ୟ ସୂର୍ଯ୍ୟୋଦୟ ପରେ ହୋଇଥାଏ । ସୂର୍ଯ୍ୟଙ୍କୁ ପୂଜା କରିବାର ମଧ୍ୟ ଏକ ଉପଯୁକ୍ତ ସମୟ ଥାଏ । ତେବେ ଏପରି ନିର୍ଦ୍ଦିଷ୍ଟ ସମୟରେ ପୂଜା କରିବା ପଛରେ ଧାର୍ମିକ ତଥା ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି ।

ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାର ସମୟ- ଋକବେଦ ଅନୁଯାୟୀ ସୂର୍ଯ୍ୟୋଦୟର ୧ଘଣ୍ଟା ଭିତରେ ହିଁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ଉଚିତ । ସେହି ସମୟରେ ସୂର୍ଯ୍ୟଦେବଙ୍କ ଉତ୍ତାପ କମ ରହିଥାଏ । ତେବେ ଏହି ସମୟରେ ଜଳ ଅର୍ଘ୍ୟ ଦେଉଥିବା ବ୍ୟକ୍ତିଙ୍କୁ କୌଣସି ପ୍ରକାର ରୋଗରୁ ମୁକ୍ତି ମିଳିବା ସହିତ କାର୍ଯ୍ୟରେ ସଫଳତା ମଧ୍ୟ ପ୍ରାପ୍ତ ହୋଇଥାଏ । ତେଣୁ ସୂର୍ଯ୍ୟୋଦୟ ହେବାର ଅଳ୍ପ ସମୟ ମଧ୍ୟରେ ଜଳଲାଗି କରିବା ଲାଭଦାୟକ ।

ସୂର୍ଯ୍ୟପୂଜାର ଧାର୍ମିକ ମହତ୍ତ୍ୱ- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ଏବଂ ସବୁ ଗ୍ରହମାନଙ୍କର ରାଜା । ବେଶ ପୁରାତନ ସମୟରୁ ଦେବତାମାନେ ମଧ୍ୟ ସୂର୍ଯ୍ୟଙ୍କୁ ପୂଜା କରି ନିଜ ଦିନର ଆରମ୍ଭ କରିଥାନ୍ତି । ଏପରିକି ଭଗବାନ ଶ୍ରୀରାମ ଲଙ୍କା ବିଜୟ ଯାତ୍ରାରେ ଯିବା ପୂର୍ବରୁ ସୂର୍ଯ୍ୟଙ୍କୁ ପୂଜା କରିଥିଲେ । ଏହା ସହିତ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବଙ୍କୁ ମଧ୍ୟ ସୂର୍ଯ୍ୟ ପୂଜା କରି କୁଷ୍ଠ ରୋଗରୁ ମୁକ୍ତି ମିଳିଥିଲା ।

ସୂର୍ଯ୍ୟପୂଜାର ଜ୍ୟୋତିଷ ମହତ୍ତ୍ୱ- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ସାଧନା କରିବା ଦ୍ୱାରା ଆପଣଙ୍କ ଜାତକ ଏବଂ କୁଣ୍ଡଳୀରେ ଥିବା ନକାରାତ୍ମକ ପ୍ରଭାବ ସବୁ ଦୂର ହୋଇଥାଏ । ଯଦି ଆପଣ ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳଲାଗି କରୁଛନ୍ତି ତେବେ ଆପଣଙ୍କର ଅଧା ଥିବା କାର୍ଯ୍ୟ ମଧ୍ୟ ପୂରଣ ହୋଇଯିବ ।

ସୂର୍ଯ୍ୟପୂଜାର ବୈଜ୍ଞାନିକ ମହତ୍ତ୍ୱ- ଶୀତଦିନେ ଭିଟାମିନ୍ ..ର ଅଭାବକୁ ପୂରଣ କରିବାରେ ସୂର୍ୟ୍ୟ କିରଣ ସାହାଯ୍ୟ କରିଥାଏ । ସୂର୍ୟ୍ୟ ପୂଜା ସମୟରେ ଶରୀର ଉପରେ ସୂର୍ୟ୍ୟ କିରଣ ପଡ଼ିବା କାରଣରୁ ଚର୍ମ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହା ସହିତ ଏହା ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣି ମାନସିକ ଶାନ୍ତି ପ୍ରଦାନ କରିଥାଏ ।

Get real time updates directly on you device, subscribe now.