ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରି ଭାରତର ‘ଗେହ୍ଲା ଝିଅ’ ପାଲଟି ଯାଇଛନ୍ତି ଷ୍ଟାର ଶୁଟର ମନୁ ଭାକର । ଏହାପରେ ସାରା ଭାରତରେ ତାଙ୍କୁ ଏକ ନୂଆ ପରିଚୟ ମିଳିଛି । ସବୁ ମହଲରୁ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଛି । ତେବେ ଏହା ଭିତରେ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଶୁଟିଂ ପରେ ଏବେ କ୍ରିକେଟ ପ୍ରତି ମନ ବଳାଇଛନ୍ତି ମନୁ ଭାକର । ଭାରତର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ତାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଭାରତର ଗୌରବ କାଂସ୍ୟବିଜୟିନୀ ମନୁ ଭାକର ଏବେ କ୍ରିକେଟ ଆଡ଼କୁ ମନ ବଳାଇଛନ୍ତି । ଟିମ ଇଣ୍ଡିଆର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଭେଟି ତାଙ୍କ ସହ ପୋଜ୍ ଦେଇଥିବା ସମୟର ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମନୁ ଭାକରଙ୍କୁ ସୂର୍ଯ୍ୟକୁମାର ବ୍ୟାଟିଂ ଶିଖାଇବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଫଟୋରେ ସୂର୍ଯ୍ୟକୁମାର ଏବଂ ମନୁ ଭାକରଙ୍କୁ ଯୁଗଳବନ୍ଦୀ ଦେଖିବାକୁ ମିଳିଛି । ଗୋଟିଏ ପଟେ ମନୁ ବ୍ୟାଟିଂ କରିବା ପୋଜିସନରେ ରହିଥିବା ବେଳେ ଅନ୍ୟପଟେ ସୂର୍ଯ୍ୟକୁମାର ଶୁଟିଂ କରିବା ପୋଜିସନରେ ରହିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ଏବେ ଚହଳ ପଡ଼ିଛି ।
Learning techniques of a new sport with the Mr. 360 of India! @surya_14kumar 💪 pic.twitter.com/nWVrwxWYqy
— Manu Bhaker🇮🇳 (@realmanubhaker) August 25, 2024
ଏହାପୂର୍ବରୁ ମନୁ ଭାକର ଅନେକ ଖେଳ ଖେଳିଛନ୍ତି ଏବଂ ବର୍ତ୍ତମାନ କ୍ରିକେଟରେ ଭାଗ୍ୟ ପରୀକ୍ଷା କରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ସେ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଭେଟିଥିଲେ । ମନୁ ସୋସିଆଲ ମିଡିଆରେ ପୋଷ୍ଟ କରି ଭାରତର ଟି-୨୦ ଅଧିନାୟକଙ୍କୁ ଭେଟିବା ବିଷୟରେ ସୂଚନା ଦେଇଥିଲେ ଏବଂ କହିଥିଲେ ଯେ ସେ ମିଷ୍ଟର ୩୬୦ଡିଗ୍ରୀ ନାମରେ ଜଣାଶୁଣା ଏହି ବ୍ୟାଟ୍ସମ୍ୟାନଙ୍କଠାରୁ ନୂତନ ଖେଳ ବିଷୟରେ ଜ୍ଞାନ ନେଉଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିବା ପରେ ମନୁ ବର୍ତ୍ତମାନ ତିନି ମାସର ବିରତୀରେ ରହିଛନ୍ତି । ଭାରତୀୟ ଟି -୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାରଙ୍କୁ ଭେଟି ଇନଷ୍ଟାଗ୍ରାମରେ ଏହାର ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋ ସହିତ ମନୁ ଲେଖିଛନ୍ତି, ଭାରତର ମିଷ୍ଟର ୩୬୦ଡିଗ୍ରୀଙ୍କୁ ଭେଟି ଏକ ନୂତନ ଖେଳର କୌଶଳ ଶିଖିଛନ୍ତି ।
View this post on Instagram
ପ୍ୟାରିସ ଅଲିମ୍ପିକ୍ସରେ ୧୦ମିଟର ଏୟାର ପିସ୍ତଲର ବ୍ୟକ୍ତିଗତ ତଥା ମିଶ୍ରିତ ଦଳ ଇଭେଣ୍ଟରେ ମନୁ ବ୍ରୋଞ୍ଜ ପଦକ ଜିତିଥିଲେ । ସମାନ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି । ବିରତି ସମୟକୁ ସେ ସମ୍ପୂର୍ଣ୍ଣ ଉପଯୋଗ କରୁଛନ୍ତି ।