fbpx

ଶେଷ ହେଉଛି ବିରାଟ ଯୁଗ! ଟି-୨୦ ଟିମ୍‌ରୁ କଟିପାରେ ପୁର୍ବତ୍ତନ ଅଧିନାୟକଙ୍କ ପତ୍ତା

ନୁଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଶନିବାର ଅର୍ଥାତ୍ ୯ତାରିଖରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ବିରାଟ କୋହଲି, ଋିଷଭ ପନ୍ତ ଏବଂ ଜସପ୍ରିତ ବୁମ୍ରାଙ୍କ ଭଳି ସିନିୟର ଖେଳାଳି ଦଳରେ ସାମିଲ ହେବେ। ପ୍ରଥମ ଟି-୨୦ ମୁକାବିଲାରେ ଦୀପକ ହୁଡା ଏବଂ ସୁର୍ଯ୍ୟକୁମାର ଯାଦବ ଯେଉଁ ଆକ୍ରାତ୍ମକ ଅନ୍ଦାଜରେ ବ୍ୟାଟିଂ କରିଛନ୍ତି ତାକୁ ଦେଖି ଲାଗୁଛି ବିରାଟ କୋହଲିଙ୍କୁ ପ୍ଳେୟିଙ୍ଗ ଇଲେଭେନ୍‌ରେ ସ୍ଥାନ ମିଳିବା କଷ୍ଟକର ହୋଇପାରେ ।

ବିରାଟ ଟି-୨୦ ମୁକାବିଲାରେ ୩ନଂ ରେ ବ୍ୟାଟିଂ କରନ୍ତି । କିନ୍ତୁ କିଛି ସମୟ ଧରି ବିରାଟଙ୍କ ଷ୍ଟ୍ରାଇକ୍ ରେଟ୍ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଇଂଲଣ୍ଡ ବିପକ୍ଷରେ ବିରାଟ ୬ମାସ ପରେ ଟି-୨୦ ମୁକାବିଲାରେ ପ୍ରତ୍ୟାବର୍ତ୍ତନ କରିବେ। ଭାରତୀୟ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଲମ୍ବା ସମୟ ଧରି ଖରାପ ଫର୍ମ ଦେଇ ଗତି କରୁଛନ୍ତି। କୋହଲି ଫେବୃଆରୀରେ ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ। ଗତବର୍ଷ ଟି-୨୦ ବିଶ୍ୱକପ୍‌ରେ ଭାରତର ଖରାପ ପ୍ରଦର୍ଶନ ପରେ ବିରାଟ ମାତ୍ର ୨ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି।

ଏହି ସମୟ ମଧ୍ୟରେ ବିରାଟ କେବଳ ଆଇପିଏଲ୍‌ରେ ଟି-୨୦ ମ୍ୟାଚ୍ ଖେଳିଥିଲେ, କିନ୍ତୁ ଏଥିରେ ମଧ୍ୟ ତାଙ୍କ ପ୍ରଦର୍ଶନରେ କୌଣସି ପରିବର୍ତ୍ତନ ଆସି ନଥିଲା। ବିସିସିଆଇର ରୋଟେସନ ଫର୍ମୁଲା ଅନୁଯାୟି ଯେଉଁ ସମୟରେ ବିରାଟଙ୍କୁ ବ୍ରେକ୍ ଦିଆଯାଇଥିଲା ସେହି ସମୟରେ ଦୀପକ ହୁଡାଙ୍କ ଭଳି ଖେଳାଳି ଭଲ ପ୍ରଦର୍ଶନ ସହିତ ନିଜର ଛାପ ଛାଡ଼ିଛନ୍ତି। ଏହି କାରଣରୁ ଫର୍ମରେ ଥିବା ହୁଡାଙ୍କ ଭଳି ଖେଳାଳିଙ୍କୁ ବାହାରେ ବସିବା ସମ୍ଭାବନା ଖୁବ୍ କମ୍।

ତେବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜରୁ ବିରାଟ କୋହଲିଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇପାରେ। ଏଭଳି ପରିସ୍ଥିତିରେ ଇଂଲଣ୍ଡ ବିପକ୍ଷ ସିରିଜର ଦୁଇଟି ଶେଷ ମ୍ୟାଚ୍ ଟି -୨୦ ବିଶ୍ୱକପ ବିଷୟରେ ବିରାଟଙ୍କ ଭବିଷ୍ୟତ ସ୍ଥିର କରିବାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ। କୋହଲି ନିଜକୁ ଅନେକ ଥର ପ୍ରମାଣିତ କରିଛନ୍ତି, କିନ୍ତୁ ଯୁବ ଖେଳାଳିଙ୍କ ନିର୍ଭୀକ ଖେଳକୁ ଦେଖିଲେ ତାଙ୍କୁ ପୁଣିଥରେ ପରିଚିତ ରଙ୍ଗକୁ ଫେରିବାକୁ ପଡ଼ିବ।

 

Get real time updates directly on you device, subscribe now.