fbpx

ସୁଶାନ୍ତ ସିଂ ରାଜପୁତଙ୍କ ଆଉ ଜଣେ ଫ୍ୟାନ କଲେ ଆତ୍ମହତ୍ୟା, ବୟସ ଥିଲା ମାତ୍ର ୧୪

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଚାନକ୍ ଆତ୍ମହତ୍ୟା ଖବର ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏହାରି ମଧ୍ୟରେ ତାଙ୍କର ମୃତ୍ୟୁରେ ଭାଙ୍ଗିପଡି ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟ କରିଛନ୍ତି ।

ଖବର ମୁତାବକ, ଆତ୍ମହତ୍ୟା କରିଥିବା ସୁଶାନ୍ତଙ୍କ ପ୍ରଶଂସକ ଜଣକ ମାତ୍ର ୧୪ ବର୍ଷର ଜଣେ ବାଳକ । ସେ ନାଗପୁର ନିକଟସ୍ଥ ଜରିପାଟକାରେ ରହୁଥିବା ବେଳେ ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ଦୁଃଖରେ ଭାଙ୍ଗିପଡିଥିଲେ ବୋଲି ପରିବାର ଲୋକେ କହିଛନ୍ତି । ଏହି ଘଟଣାରୁ ପିଲାଟିକୁ ସର୍ବଦା ଦୂରେଇ ରଖିବାକୁ ପରିବାର ଲୋକେ ଚେଷ୍ଟା କରିଥିଲେ ।

ପୋଲିସର କହିବା ମୁତାବକ, ତାଙ୍କ ଘରୁ କୌଣସି ଆତ୍ମହତ୍ୟା ନୋଟ୍ ମିଳିନି । ଏନେଇ ମୃତ୍ୟୁର ଏକ ମାମଲା ରୁଜୁ କରିବା ପରେ ଘଟଣାର ଛାନଭିନରେ ଲାଗିପଡିଛି ପୋଲିସ । ପରିବାର ସଦସ୍ୟ କହିଛନ୍ତି ଯେ, ସୁଶାନ୍ତଙ୍କ ଆତ୍ମହତ୍ୟୃା ପରେ ସେ ବହୁତ ଦୁଃଖି ହୋଇଯାଇଥିଲା । ସେ କ୍ରମାଗତ ଭାବେ ଟିଭିରେ ଅଭିନେତାଙ୍କ ଆତ୍ମହତ୍ୟା ସହ ଜଡିତ ଖବର ଦେଖୁଥିଲା ।

ଏହା ପୂର୍ବରୁ ବିହାରର ରାଜଧାନୀ ପାଟନା ସମେତ ୨ଟି ଜିଲ୍ଲାର ଅଲଗା ଅଲଗା ଘଟଣାରେ ଜଣେ ଯୁବତୀ ଓ ଜଣେ ପୁରୁଷ ଆତ୍ମହତ୍ୟା କରିଥିଲେ । ସେହିପରି ଓଡିଶାର କଟକରେ ବି ଜଣେ ଯୁବତୀ ସୁଶାନ୍ତଙ୍କ ଆତ୍ମହତ୍ୟା ଦୁଃଖରେ ଆତ୍ମହତ୍ୟା କରିଥିଲେ ।

Get real time updates directly on you device, subscribe now.