ସୁଶୀଲ ସିନ୍ଦେଙ୍କ ଝିଅଙ୍କୁ ବିବାହ କରିବେ କି ରାହୁଲ ଗାନ୍ଧୀ? ସତ କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: କିଛି ଦିନ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବାହ କୁ ନେଇ ଚର୍ଚ୍ଚା ହୋଇଥିଲା । ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ପ୍ରଣୀତି ସିନ୍ଦେଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ କଳ୍ପନାଜଳ୍ପନା ଚାଲିଥିଲା । ପ୍ରଣୀତି ସିନ୍ଦେ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେଙ୍କ ଝିଅ । ଏହି ଗୁଜବ ଉପରେ ସୁଶୀଲ କୁମାର ସିନ୍ଦେଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବିବାହ ଖବରକୁ ସେ ଭୁଲ ବୋଲି କହିଛନ୍ତି ।

ଶୁଭଙ୍କର ମିଶ୍ରଙ୍କ ଏକ ଶୋ’ରେ ସୁଶୀଲ କୁମାର ସିନ୍ଦେ କହିଛନ୍ତି ଯେ ତାଙ୍କ ଝିଅ ପ୍ରଣୀତି ଜଣେ ସାଂସଦ। ସାଂସଦ ଭାବେ ରାହୁଲ ଗାନ୍ଧୀଙ୍କ ସହ ହାତ ମିଳାଇଲେ କ’ଣ ହେଲା ? ଏଭଳି ଭାବେ ବିବାହ ର ଗୁଜବ ପ୍ରଚାର କରିବା ଭୁଲ । ସେମାନଙ୍କ ବିବାହ କୁ ନେଇ କୌଣସି କଥାବାର୍ତ୍ତା ହୋଇନାହିଁ । ସୁଶୀଲ କୁମାର ସିନ୍ଦେ ସକ୍ରିୟ ରାଜନୀତିରୁ ଅବସର ନେଇଛନ୍ତି । ସେ ତାଙ୍କ ରାଜନୈତିକ ପରମ୍ପରା ଝିଅ ପ୍ରଣୀତିଙ୍କୁ ହସ୍ତାନ୍ତର କରିଛନ୍ତି ।

୯ ଡିସେମ୍ବର ୧୯୮୦ରେ ପ୍ରଣୀତି ସିନ୍ଦେ ମୁମ୍ବାଇର ସେଣ୍ଟ ଜାଭିୟର୍ସ କଲେଜରୁ ସ୍ନାତକ ହାସଲ କରିଥିଲେ । ଏହା ବ୍ୟତୀତ ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟର ସରକାରୀ ଆଇନ ମହାବିଦ୍ୟାଳୟରୁ ଏଲଏଲବି କରିଛନ୍ତି । ୨୦୦୯ରେ ପ୍ରଣୀତି ସିନ୍ଦେ କଂଗ୍ରେସ ଟିକେଟରେ ସୋଲାପୁର ସିଟି ସେଣ୍ଟ୍ରାଲରୁ ପ୍ରଥମ ଥର ପାଇଁ ନିର୍ବାଚନ ଜିତିଥିଲେ । ଏହାପରେ ସେ ୨୦୧୪ ଓ ୨୦୧୯ରେ ନିର୍ବାଚନ ଜିତି ହ୍ୟାଟ୍ରିକ୍ କରିଥିଲେ । ରାହୁଲ ଗାନ୍ଧୀଙ୍କ ଇଣ୍ଡିଆ ଜୋଡୋ ଯାତ୍ରା ସମୟରେ ପ୍ରଣୀତି ସିନ୍ଦେଙ୍କୁ ଅମରାବତୀ ଜୋନର ଦାୟିତ୍ୱ ମଧ୍ୟ ଦିଆଯାଇଥିଲା ।

Get real time updates directly on you device, subscribe now.