fbpx

ଟ୍ରାନ୍ସଜେଣ୍ଡର ସହ ୱେବ୍ ସିରିଜ୍ ‘ତାଳି’ ର ପ୍ରମୋଶନ କଲେ ସୁସ୍ମିତା ସେନ୍ , ପ୍ରଶଂସକ କହିଲେ ଅପେକ୍ଷା ରହିବ

ନୂଆଦିଲ୍ଲୀ: ସୁସ୍ମିତା ସେନ୍ ତାଙ୍କର ଆଗାମୀ ୱେବ୍ ସିରିଜ୍ ‘ତାଳି’ କୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଏଥିରେ ସୁସ୍ମିତା ଜଣେ ଟ୍ରାନ୍ସଜେଣ୍ଡର ଚରିତ୍ରରେ ଅଭିନୟ କରୁଛନ୍ତି । ପ୍ରଥମ ଥର ପାଇଁ ସୁସ୍ମିତା ଜଣେ ଟ୍ରାନ୍ସଜେଣ୍ଡର ଭୂମିକାରେ ନଜର ଆସିବେ। ତାଙ୍କର ଏହି ଚ୍ୟାଲେଞ୍ଜିଂ ଭୂମିକାକୁ ନେଇ ଅଭିନେତ୍ରୀ ବହୁତ ଉତ୍ସାହିତ ଅଛନ୍ତି । ମାର୍ଚ୍ଚ ୩୧ରେ ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଭିଜିବିଲିଟି ଦିବସରେ ସୁସ୍ମିତା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଏହି ସମ୍ପ୍ରଦାୟର ଲୋକଙ୍କ ବିଷୟରେ କହିଥିଲେ।

ସୁସ୍ମିତା ସେନ୍ ତାଙ୍କ ଅଫିସିଆଲ୍ ଇନଷ୍ଟା ଆକାଉଣ୍ଟରୁ ଏହି ବିଶେଷ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସୁସ୍ମିତା ସେନ୍ ଙ୍କ ସହ ଟ୍ରାନ୍ସଜେଣ୍ଡର କାର‌୍ୟ୍ୟକର୍ତ୍ତା ଗୌରୀ ସାୱନ୍ତ ମଧ୍ୟ ନଜର ଆସିଛନ୍ତି। ଗୌରୀ ସାୱନ୍ତ ଭିଡିଓରେ ପ୍ରଥମେ ନଜର ଆସିଛନ୍ତି ।
ସେ ପ୍ରଶ୍ନ କରୁଛନ୍ତି ‘କାହିଁକି ବଜାନ୍ତି ତାଳି, ଟଙ୍କା ମାଗିବା ପାଇଁ ନା ତୁମର ଦୃଷ୍ଟି ଆକର୍ଷଣ କରିବା ପାଇଁ କିମ୍ବା ତୁମର କ୍ରୋଧକୁ ଦୂର କରିବା ପାଇଁ, କେତେ ଦିନ ଏମିତି ତାଳି ବାଜିବ’?

ଏହା ପରେ ସୁସ୍ମିତା ସେନ୍ ଙ୍କ ଏଣ୍ଟ୍ରି ହେଉଛି ଏବଂ ସେ ଟ୍ରାନ୍ସଜେଣ୍ଡରଙ୍କ ଅଧିକାର ବିଷୟରେ କଥାବାର୍ତ୍ତା କରି କହୁଛନ୍ତି ଯେ ‘ଅବ ବାଜେଗୀ ତାଲି … ନୂଆ ଆଶା ଏବଂ ନୂଆ ପରିଚୟ ସୃଷ୍ଟି କରିବା ପାଇଁ ‘।

ଏହି ଟ୍ରାନ୍ସଜେଣ୍ଡରର ଚରିତ୍ରରେ ଅଭିନୟ କରୁଥିବା ସୁସ୍ମିତା
ସୁସ୍ମିତା ସେନ୍ ତାଙ୍କର ଆଗାମୀ ୱେବ୍ ସିରିଜ୍ ‘ତାଳି’ରେ ଜଣେ ଟ୍ରାନ୍ସଜେଣ୍ଡର କାର‌୍ୟ୍ୟକର୍ତ୍ତା ଗୌରୀ ସାୱନ୍ତଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଗୌରୀ ସାୱନ୍ତ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ଅଧିକାର ପାଇଁ ସ୍ୱର ଉତ୍ତୋଳନ କରନ୍ତି ଏବଂ ଏକ ଟ୍ରଷ୍ଟ ମଧ୍ୟ ଚଳାନ୍ତି । ଏହି ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ସମାଜରେ ସମ୍ମାନ ପାଇବା ପାଇଁ ଗୌରୀ ମଧ୍ୟ ଅନେକ କାର୍ଯ୍ୟ କରିଛନ୍ତି ।

Get real time updates directly on you device, subscribe now.