ବୟଫ୍ରେଣ୍ଡ ରୋହମାନଙ୍କୁ ନେଇ ସୁସ୍ମିତାଙ୍କ ଖୁଲାସା, କହିଲେ-ପ୍ରଥମେ ଲୁଚାଇଥିଲେ ବୟସ

ବଲିଉଡ ଅଭିନେତ୍ରୀ ବା ପୂର୍ବ ମିସ୍ ୟୁନିଭର୍ସ ସୁସ୍ମିତା ସେନ୍ ଆଜିକାଲି ଲକଡାଉନ ସମୟରେ ନିଜ ପରିବାର ଓ ବୟଫ୍ରେଣ୍ଡ ରୋହମାନ ଶ୍ୱାଲଙ୍କ ସହ ସମୟ ବିତାଉବାରେ ଲାଗିଛନ୍ତି । ଏହି ସମୟରେ ଅଭିନେତ୍ରୀ ନିଜର ଫଟୋ ଓ ଭିଠିଓକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ବିଶେଷ କରି ସୁସ୍ମିତା ନିଜର ଓ ବୟଫ୍ରେଣ୍ଡଙ୍କ ଫଟୋକୁ ନେଇ ବେଶି ଚର୍ଚ୍ଚାରେ ଏବେ ଅଛନ୍ତି । ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସେମାନଙ୍କ ବୟସ ପାର୍ଥକ୍ୟକୁ ନେଇ ବହୁତ କିଛି କୁହନ୍ତି । ଏହାରି ମଧ୍ୟରେ ସୁସ୍ମିତା ନିଜ ବୟଫ୍ରେଣ୍ଡ ରୋହମାନଙ୍କ ବିଷୟରେ ଏକ ବଡ ଖୁଲାସା କରିଛନ୍ତି ।

Uttarakhand Govt.

ଏକ ଇଣ୍ଟରଭ୍ୟୁରେ ସୁସ୍ମିତା ସେନ୍ କହିଛନ୍ତି ଯେ, ରୋହମାନ ପ୍ରଥମ ଦିନରୁ ହିଁ ତାଙ୍କ ବୟସ ଲୁଚାଇଥିଲେ । ତାଙ୍କ କହିବା ମୁତାବକ, ଇନଷ୍ଟାଗ୍ରାମ ମାଧ୍ୟରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଦୁହିଁଙ୍କ ଭିତରେ ଘନିଷ୍ଠତା ବଢିବା ପରେ ଉଭୟ ଦେଖା କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେତେବେଳ ଯାଲଁ ସୁସ୍ମିତାଙ୍କୁ ରୋହମାନଙ୍କ ବୟସ ବିଷୟରେ ଜଣା ନଥିଲା । ପରେ ରୋହମାନ ତାଙ୍କଠାରୁ ୧୭ ବର୍ଷ ସାନ ବୋଲି ସୁସ୍ମିତା ଜାଣିବାକୁ ପାଇଲେ । ଏବେ ରୋହମାନ ଓ ଦୁଇ ଝିଅଙ୍କ ସହ ସୁସ୍ମିତା ଏକାଠି ରହୁଛନ୍ତି ।

ଅନ୍ୟପଟେ ଦୀର୍ଘ ୫ ବର୍ଷ ପରେ ଅଭିନୟ ଜଗତକୁ ଫେରିଛନ୍ତି ସୁସ୍ମିତା ସେନ୍‍। ତାଙ୍କ ଅଭିନୀତ ୱେବ୍‍ ସିରିଜ୍‍ ‘ଆର୍ଯ୍ୟ’ର ଟ୍ରେଲର ରିଲିଜ୍‍ ହୋଇଯାଇଛି। ପ୍ରଥମ ଥର ପାଇଁ ଡିଜିଟାଲ ପ୍ଲାଟଫର୍ମକୁ ଓହ୍ଲାଇଥିବା ସୁସ୍ମିତା ଏଥିରେ ଜଣେ ପ୍ରଭାବଶାଳୀ ମହିଳା ଭୂମିକାରେ ଅଭିନୟ କରିଛନ୍ତି। ପ୍ରଥମ ଥର ପାଇଁ ଦର୍ଶକ ତାଙ୍କୁ ଏଭଳି ଚରିତ୍ରରେ ଦେଖିବାକୁ ପାଇବେ।