fbpx

ଋଷ ବୈଜ୍ଞାନିକଙ୍କୁ ହତ୍ୟା କରିବାର କାରଣ କହିଲା ଅଭିଯୁକ୍ତ: ଜାଣନ୍ତୁ କେତେ ବର୍ଷ ହେବ ଜେଲ

ନୂଆଦିଲ୍ଲୀ: କରୋନା ମହାମାରୀ ବିପକ୍ଷରେ ବିଶ୍ୱର ପ୍ରଥମ ପଞ୍ଜୀକୃତ ଟୀକା ଉଦ୍ଭାବନ କରିଥିବା ବୈଜ୍ଞାନିକଙ୍କ ହତ୍ୟା ନେଇ ସବୁଆଡେ ଚର୍ଚ୍ଚା ଲାଗି ରହିଛି । ଆନ୍ଦ୍ରେ ବୋତିକୋଭଙ୍କୁ ବେଲ୍ଟରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜାଣିବାକୁ ମିଳିଛି । ତେବେ ପୋଲିସ ଏହି ମାମଲାର ତଦନ୍ତ କରୁଥିବା ବେଳେ ବର୍ତ୍ତମାନ ହତ୍ୟାକାଣ୍ଡର ପ୍ରକୃତ ସତ୍ୟ ସାମନାକୁ ଆସିଛି । ଅଭିଯୁକ୍ତ ନିଜେ ମାମଲାର ସମ୍ପୂର୍ଣ୍ଣ ସତ୍ୟତା ପୋଲିସ ଆଗରେ ସ୍ପଷ୍ଟ କରିଛି ।

ଋଷର କାନୁନ ପ୍ରବର୍ତ୍ତନ ଏଜେନ୍ସି କହିଛି ଯେ, ବୈଜ୍ଞାନିକ ଆନ୍ଦ୍ରେଙ୍କୁ ବ୍ୟକ୍ତିଗତ କାରଣ ଯୋଗୁଁ ହତ୍ୟା କରିଥିଲା ଅଭିଯୁକ୍ତ ଏଲେକ୍ସି । ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଥିବା ବେଳେ ସେ ଆନ୍ଦ୍ରେଙ୍କୁ ହତ୍ୟା କରିଥିବା ଜଣାଯାଇଛି । ତେବେ ଏହା ଏକ ଘରୋଇ ଅପରାଧ ବୋଲି କହିଛନ୍ତି ମାନ୍ୟବର କୋର୍ଟ । ତେବେ ଏଲେକ୍ସି ନାମରେ ଏହାପୂର୍ବରୁ ଅନେକ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ଏହି କାରଣ ପାଇଁ ଦୋଷୀକୁ ଧାରା ୧୦୫ ଅନୁଯାୟୀ ୧୫ ବର୍ଷର ଜେଲ ଦଣ୍ଡାଦେଶ ହୋଇପାରେ ।

ସୂଚନା ଅନୁସାରେ, ଗତ ଶନିବାର ଋଷର କୋଭିଡ-୧୯ ଭ୍ୟାକ୍ସିନ ସ୍ଫୁଟନିକ-ଭି ପ୍ରସ୍ତୁତ କରିଥିବା ଆନ୍ଦ୍ରେ ବୋତିକୋଭଙ୍କୁ ବେଲ୍ଟରେ ଗଳା ଚିପି ହତ୍ୟା କରାଯାଇଛି । ମସ୍କୋର ଏକ ଆପାର୍ଟମେଣ୍ଟରେ ଏହି ହତ୍ୟାକାଣ୍ଡ ହୋଇଥିବା ଖବର ପାଇ ପହଞ୍ଚିଥିଲା ପୋଲିସ । ତେବେ ଏହାର କିଛି ଘଣ୍ଟା ମଧ୍ୟରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଋଷ ପୋଲିସ । ବୈଜ୍ଞାନିକଙ୍କ ହତ୍ୟାର ତଦନ୍ତଭାର ନେଇଥିବା ଋଷୀ ଯାଞ୍ଚ ପ୍ରାଧିକରଣ ସମିତି ବୟାନ ଦେଇ କହିଛି ଯେ, ହତ୍ୟାର ଦୋଷୀ ନାଁରେ ପୂର୍ବରୁ ଗମ୍ଭୀର ଅପରାଧର ରେକର୍ଡ ରହିଛି । ତେବେ ମସ୍କୋର ଖୋରୋଶୋଭୋ ଜିଲ୍ଲା ନ୍ୟାୟାଳୟରେ ନିଜ ଦୋଷ ସ୍ୱୀକାର କରିଛି । ଏହାପରେ ଅଭିଯୁକ୍ତକୁ ଆସନ୍ତା ମେ ୨ ତାରିଖ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ନ୍ୟାୟାଳୟ ।

Get real time updates directly on you device, subscribe now.