(Video) ଈଶ୍ୱରଙ୍କ ଅଦ୍ଭୂତ ମହିମା! ଲିମ୍ବ ଗଛରୁ ବାହାରୁଛି ମିଠା କ୍ଷୀର, ଖବର ଶୁଣିବା ମାତ୍ରକେ ଗଛକୁ ପୂଜା କଲେ ଲୋକେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଆମ ଘରର ଆଖପାଖରେ ରହିଥିବା ଲିମ୍ବ ଗଛର ପତ୍ର ପିତା ବୋଲି ଆମେ ସମସ୍ତେ ଜନ୍ମ ସମୟରୁ ଜାଣିଛେ । ତେବେ କେହି ଯଦି ଆମକୁ ଆସି କହିବ ଯେ, ଲିମ୍ବ ଗଛରୁ ମିଠା କ୍ଷୀର ବାହାରୁଛି, ତେବେ ସେହି କଥାକୁ ଆମେ କଦାପି ବିଶ୍ୱାସକୁ ନେଇ ପାରିବା ନାହିଁ । ଏହି କଥା କହୁଥିବା ଲୋକଙ୍କୁ ସମସ୍ତେ ପାଗଳ ବୋଲି କହିବେ । ତେବେ ଲିମ୍ବ ଗଛରୁ ମିଠା କ୍ଷୀର ବାହାରୁଥିବା ଏକ ଏକ ବଡ଼ ଦୃଶ୍ୟ ସାମ୍ନାକୁ ଆସୁଛି । ଲୋକମାନେ ଲିମ୍ବ ଗଛରୁ ବାହାରୁଥିବା ମିଠା କ୍ଷୀରକୁ ପିଇବା ପରେ ସତ କ’ଣ ଜାଣିପାରିଛନ୍ତି ।
ଖବର ମୁତାବକ, ଖୋର୍ଦ୍ଧାର ଟାଙ୍ଗି ଅଞ୍ଚଳରୁ ଆସିଛି ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଲିମ୍ବ ଗଛରୁ ଝରୁଥିବା କ୍ଷୀରକୁ ସେବନ କରିବା ପରେ ତାହା ମିଠା ଲାଗୁଥିଲା । ତେଣୁ ଲୋକମାନେ ତାହାକୁ ପ୍ରସାଦ ଭାବି ସେବନ କରିବାରେ ଲାଗିଥିଲେ । ଏହି ଖବର ପ୍ରଘଟ ହେବା ପରେ ଲୋକମାନେ ପ୍ରକୃତ ସତ ଜାଣିବା ପାଇଁ ଗଛ ମୂଳକୁ ଦୌଡ଼ିଥିଲେ । ଏହା ଈଶ୍ୱରଙ୍କ କୌଣସି ମହିମା ହୋଇଥାଇପାରେ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହାପରେ ଲୋକମାନେ ଗଛ ମୂଳରେ ପୂଜାର୍ଚ୍ଚନା କରିବାର ଆରମ୍ଭ କରିଦେଇଥିଲେ । ଘଟଣାସ୍ଥଳରେ ରୁଣ୍ଡ ହୋଇଥିବା ଶତାଧିକ ଲୋକ ଏହି ଦୃଶ୍ୟକୁ ଦେଖି ଚକିତ ହୋଇଯାଇଥିଲେ । ପିତା ଗଛରୁ କିପରି ମିଠା କ୍ଷୀର ବାହାରୁଛି ତାହା ସେମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥିଲା ।