fbpx

୯ ମିନିଟ୍ ପର୍ଯ୍ୟନ୍ତ ଦିପାବଳୀ ମନାଇଲା ଭାରତ: ବତୀ ଲିଭିଲା ଦୀପ ଜଳିଲା

ନୂଆଦିଲ୍ଲୀ,୫ ।୪: କରୋନା ଭାଇରସ୍ ବିରୋଧ ଯୁଦ୍ଧରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଲିଭିଗଲା ବିଜୁଳି ଆଲୁଅ । ଅନ୍ଧାରକୁ ଚିରି ଜଳି ଉଠିଲା ଦୀପ, ମହମବତୀ ଓ ଟର୍ଚ୍ଚ ଲାଇଟ୍ । କରୋନା ବିରୋଧୀ ଲଢେଇ ବେଳେ ଏକତାର ବର୍ତ୍ତା ଦେଲା ଦେଶ । ଘର ବାଲକୋନି ଓ ଦୁଆର ମୁହଁରେ ଦିପ ଜାଳିଲେ ସମଗ୍ର ଦେଶବାସୀ । କରୋନା ରୂପକ ଅନ୍ଧାର ହଟାଇବା ପାଇଁ ଜଳିଲା ଏକତାର ଆଲୁଅ ।

ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଦୀପ ଜାଳିଛନ୍ତି । ଏହା ସହ ଓଡିଶାରେ ବି ଜଳିଉଠିଲା ଏକତାର ଦୀପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସାରା ରାଜ୍ୟବାସୀ ଏକତାର ଦୀପ ଜଳାଇଛନ୍ତି ।

Get real time updates directly on you device, subscribe now.