fbpx
BJD SKY
BJD SKY

ସିରିୟା ଭୁକମ୍ପ: ୫୩ ଲକ୍ଷ ଲୋକେ ବାସହରା ହେବା ଆଶଙ୍କା, ଭୁକମ୍ପ ପରେ ସବୁଆଡ଼େ ବିନାଶକାରୀ ଚିତ୍ର

BJD

ନୂଆଦିଲ୍ଲୀ: ତୁର୍କୀ ଓ ସିରିୟାରେ ହୋଇଥିବା ପ୍ରଳୟକାରୀ ଭୁମିକମ୍ପରେ ଦୁଇ ଦେଶରେ ସ୍ଥିତି ଗମ୍ଭିର ରହିଛି । ବିନାଶକାରୀ ଭୁମିକମ୍ପରେ ମୃତ୍ୟୁ ସଂଖ୍ୟା ୨୪ ହଜାର ପାର କରି ସାରିଲାଣି । ଭଙ୍ଗା ଘର ମଧ୍ୟରେ ଅନେକ ଲୋକ ଏବେ ମଧ୍ୟ ଫସି ରହିଥିବା କୁହାଯାଉଛି । ଅନ୍ୟପଟେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଲଗାତାର ଜାରି ରହିଛି । ସେହିପରି ହଜାର ହଜାର ଲୋକେ ବାସହୀନ ହୋଇଥିବା ମଧ୍ୟ ଖବର ମିଳିଛି ।

ଏବେ ମିଳିତ ଜାତିସଂଘ କହିଛି ଯେ, ଏହି ଭୟଙ୍କର ଭୁମିକମ୍ପ ପରେ ପ୍ରାୟ ୫୩ ଲକ୍ଷ ଲୋକେ ବାସହୀନ ହୋଇପରନ୍ତି । ମିଳିତ ଜାତିସଂଘ ଶରଣାର୍ଥୀ କମିଶନର ଶିବାଙ୍କା ଧନପାଲ କହିଛନ୍ତି ଯେ, ସିରିୟାରେ କମ୍‌ସେ କମ୍ ୫୩ ଲକ୍ଷ ଲୋକେ ଭୁମିକମ୍ପରେ ବାସହୀନ ହୋଇପାରନ୍ତି ।

ମିଳିତ ଜାତିସଂଘର ଏଜେନ୍ସୀ ପ୍ରଭାବିତ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସାମୁହିକ କେନ୍ଦ୍ରଗୁଡିକରେ ପର୍ଯ୍ୟାପ୍ତ ସୁବିଧା ସୁନିଶ୍ଚିତ କରାଯାଉଛି । ତମ୍ବୁ, ପ୍ଲାଷ୍ଟିକ୍ ସିଟ୍‌, ଥର୍ମାଲ୍ କମ୍ବଳ, ଶୋଇବା ମ୍ୟାଟ୍‌, ଶୀତକାଳୀନ ପୋଷାକର ବ୍ୟବସ୍ଥା କରାଯାଇଛି । ପ୍ରଭାବିତମାନଙ୍କ ମଧ୍ୟରେ ବୃଦ୍ଧ, ଭିନ୍ନକ୍ଷମ ଏବଂ ସେମାନଙ୍କ ପିତାମାତାଙ୍କଠାରୁ ଅଲଗା ପିଲାମାନଙ୍କୁ ବିଶେଷ ଧ୍ୟାନ ଦିଆଯାଉଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.