fbpx

ଟି-୨୦ ବିଶ୍ୱକପ୍: ସୁପର ଓଭରରେ ପାକିସ୍ତାନକୁ ହରାଇ ଇତିହାସ ରଚିଲା ଆମେରିକା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ ସୁପର ଓଭରରେ ପରାସ୍ତ କଲା ଆମେରିକା। ସୁପର ଓଭରରେ ଆମେରିକା ପ୍ରଥମେ ବ୍ୟାଟିଂ କରି ୧୮ ରନ୍ କରିଥିଲା। ବିଜୟ ପାଇଁ ସୁପର ଓଭରରେ ପାକିସ୍ତାନକୁ ୧୯ ରନ୍ ଦରକାର ଥିଲା। କିନ୍ତୁ ପାକିସ୍ତାନ ଦଳ ମାତ୍ର ୧୩ ରନ୍ କରିପାରିଥିଲା। କହିବାକୁ ଗଲେ ପୂର୍ବରୁ ପାକିସ୍ତାନ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା। ପରେ ଆମେରିକା ୨୦ ଓଭରରେ ୩ ୱିକେଟ୍ ହରାଇ ୧୫୯ ରନ୍ କରିପାରିଥିଲା। ଯେଉଁଥିପାଇଁ ସୁପର ଓଭରରେ ମ୍ୟାଚ୍ କରାଯାଇଥିଲା। ଶେଷରେ ଆମେରିକା ସୁପରଓଭର ଜିତିଥିଲା।

ଆମେରିକାରୁ ହରମିତ୍ ସିଂହ ଓ ଆରୋନ ଜୋନ୍ସ ବ୍ୟାଟିଂ କରିବାକୁ ଆସିଥିବା ବେଳେ ପାକିସ୍ତାନର ମହମ୍ମଦ ଆମୀରଙ୍କୁ ଅଧିନାୟକ ବାବର ବୋଲିଂ କରିବାକୁ ଆଣିଥିଲେ। କିନ୍ତୁ ମହମ୍ମଦ ଅମୀର ସୁପର ଓଭରରେ ୧୮ ରନ୍ ଦେଇ ମ୍ୟାଚ୍ ବଦଳାଇ ଦେଇଥିଲେ। ପୂରା ମ୍ୟାଚ୍ ରେ ପାକିସ୍ତାନର ଫିଲ୍ଡିଂ ଖରାପ ରହିଥିଲା। ଫଳରେ ଆମେରିକା ୬ ବଲ୍ ରୁ ୧୮ ରନ୍ କରିଥିଲା। ଏବେ ପାକିସ୍ତାନର ପାଳି ଆସିଥିଲା। ପାକିସ୍ତାନ କୋଚ୍ ଆଣ୍ଡି ଫ୍ଲାୱାର ଏବଂ କ୍ୟାପ୍ଟେନ୍ ବାବର ଦୀର୍ଘ ସମୟ ଧରି କଥା ହୋଇଥିଲେ।

ଆମେରିକା ପାଇଁ ବୋଲିଂ ଦାୟିତ୍ୱ ନେଇଥିଲେ ସୌରଭ ନେତ୍ରାଭାଲକର, ବିଜୟ ପାଇଁ ପାକିସ୍ତାନକୁ ସୁପର ଓଭରରେ ୧୯ ରନ୍ କରିବାକୁ ପଡ଼ିଥିଲା। ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ମୁହଁରେ ନିରାଶାର ଭାବ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା। ମ୍ୟାଚ୍ ବଞ୍ଚାଇବା ପାଇଁ ପାକିସ୍ତାନ ଉପରେ ଚାପ ସ୍ପଷ୍ଟ ଦେଖାଯାଉଥିଲା।

Get real time updates directly on you device, subscribe now.