fbpx
BSKY
BJD MC SKY
BJD YOUTH SKY

ସରକାରୀ ବାବୁଙ୍କ ହାକିମାତି: ମାସ୍କ ପିନ୍ଧି ନଥିଲେ ପେଟ୍ରୋଲ ପମ୍ପ କର୍ମଚାରୀ, ତହସିଲଦାର କରାଇଲେ ବସ୍ ଉଠ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଜଣେ ସରକରୀ ବାବୁଙ୍କର ଜୁଲୁମ୍ ଦେଖିବାକୁ ମିଳିଛି । ମାସ୍କ ପିନ୍ଧି ନ ଥିବାରୁ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଜଣେ ତହସିଲଦାର ବସ୍ ଉଠ୍ କରିଛନ୍ତି । ତେବେ ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓ ଭାଇରାଲ୍ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡ଼ିଛି ।

ରାଜ୍ୟର ଗଞ୍ଜାମ ଜିଲ୍ଲାରେ ଏହି ଘଟଣାଟି ଘଟିଛି । କରୋନା ସମୟରେ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀ ମାସ୍କ ପିନ୍ଧି ନଥିବାରୁ ତାଙ୍କୁ ଏଭଳି ଦଣ୍ଡ ଭୋଗିବାକୁ ପଡ଼ିଛି । ତେବେ କରୋନା କାଳରେ ନିରୀହ ଜନତାଙ୍କ ଉପରେ ଜୁଲୁମ୍ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅନେକ ସମୟରେ ସରକାରୀ ବାବୁମାନେ ଏହାକୁ ଫୁ କରିଦେଉଥିବା ଦେଖାଯାଉଛି । କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଜରିମାନା ଆଦାୟ କରିବା ବଦଳରେ ବାବୁ ଜଣଙ୍କ ନିଜର ବାବୁଗିରି ଦେଖାଇଛନ୍ତି । ତେବେ ତହସିଲଦାରଙ୍କ ଏହି କାରନାମା ପେଟ୍ରୋଲ ପମ୍ପ ପରିସରରେ ଥିବା ଏକ ସିସିଟିଭିରେ କଏଦ ହୋଇଯାଇଥିଲା । ସମ୍ପୃକ୍ତ ତହସିଲଦାରଙ୍କ ନାମ ଅରୁଣ କୁମାର ନାୟକ ବୋଲି ଜଣାପଡ଼ିଛି ।

ତହସିଲଦାର ଅରୁଣ ରାଜପଥ ପାଶ୍ୱର୍ରେ ଥିବା ଏକ ପେଟ୍ରୋଲ ପମ୍ପକୁ ନିଜ ଗାଡ଼ିରେ ପେଟ୍ରୋଲ ଭରିବାକୁ ଆସିଥିଲେ । ଏହି ସମୟରେ ଅରୁଣ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀ ମାସ୍କ ପିନ୍ଧି ନଥିବା ଦେଖିବାକୁ ପାଇଥିଲେ । ସଙ୍ଗେସଙ୍ଗେ ସେ ଉକ୍ତ କର୍ମଚାରୀଙ୍କୁ ଡକାଇ ବସ୍ ଉଠ୍ କରାଇଥିଲେ । ଫଳରେ ଉକ୍ତ ବ୍ୟକ୍ତିଜଣଙ୍କ ତହସିଲଦାରଙ୍କ ଆଦେଶ ମାନି ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ବସ୍ ଉଠ୍ ହୋଇଥିଲେ । ତେବେ ଏହି ଭିଡିଓ ଭାଇରାଲ୍ ହେବା ପରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ତହସିଲଦାରଙ୍କ ଏହି କ୍ରୁର କାରନାମାକୁ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.