fbpx

ସଫା ଦାନ୍ତ ଏବଂ ମଜଭୁତ ମାଢି ପାଇଁ ଖାଆନ୍ତୁ ଏହି ଖାଦ୍ୟ

ସଫା ଦାନ୍ତ ଏବଂ ମଜଭୁତ ମାଢି ଦେଖିବାକୁ ସୁନ୍ଦର ଦେଖା ଯାଇଥାଏ। ମାଢ଼ି ଦୁର୍ବଳ ହୋଇଗଲେ ଦାନ୍ତ ଦରଜ ହେବା ସହ  ଖାଦ୍ୟ ଚୋବାଇବାରେ ଅସୁବିଧା ହୋଇଥାଏ। ଦାନ୍ତକୁ ମଜଭୁତ ରଖିବା ପାଇଁ ହେଲେ ଏଥିପାଇଁ ବିଶେଷ ଖାଦ୍ୟପେୟ ଉପରେ ଧ୍ୟାନ ରଖିବାକୁ ପଡିଥାଏ। ଆସନ୍ତୁ ଜାଣିବା କଣ ଖାଇବା ଦ୍ୱାରା ଦାନ୍ତ ଓ ମାଢି ମଜଭୁତ ରହିଥାଏ।

ମୂଳାକୁ ନିୟମିତ  ସାଲାଡ ଭାବେ ଖାଇବା ଦ୍ୱାରା ଏଥିରେ ଥିବା ଭରପୁର କ୍ୟାଲସିୟମ୍ ଆମର ଦାନ୍ତ ଓ ମାଢ଼ି ମଜଭୁତ କରିବାରେ ସାହାଯ୍ୟ କରିଥାଏ।

ମେଥିଦାନାକୁ କିଛି ସମୟ ଗରମ ପାଣିରେ ଫୁଟାଇ ଥଣ୍ଡା କରି ଏହି ପାଣିରେ କୁଳି କରନ୍ତୁ। ନିୟମିତ ଏପରି କଲେ ମାଢି ମଜଭୁତ ହେବା ସହ  ଦାନ୍ତ ଯନ୍ତ୍ରଣାରୁ  ମୁକ୍ତି ମିଳିଥାଏ।

ବାଦାମକୁ ଭଲ ଭାବେ ଚୋବାଇ ଖାଇବା ଦ୍ବାରା ଦାନ୍ତ ମଜଭୁତ ରହିଥାଏ।

ସେହିପରି ଡାଳିମ୍ୱ ଫୁଲର ଛେଲିକୁ ଶୁଖାଇ ଏହାକୁ ଗୁଣ୍ଡକରି ନିୟମିତ ମାଢ଼ିରେ ଲଗାନ୍ତ ଏହା ଫଳରେ ମାଢ଼ି ମଜଭୁତ ରହିଥାଏ।

Get real time updates directly on you device, subscribe now.