fbpx

(Video) ତାଲିବାନ ଭୟରେ ଶିଶୁ ପୁତ୍ରକୁ ବିଦେଶୀ ସୁରକ୍ଷା କର୍ମୀଙ୍କୁ ଟେକି ଦେଇଥିଲେ ,ଏବେ ପୁଣି ପୁଅକୁ ଫେରିପାଇଲେ ଦମ୍ପତି

ଆତଙ୍କି ଗୋଷ୍ଠି ତାଲିବାନ କାବୁଲ ଦଖଲ କରିବା ପରେ , କାବୁଲରେ ଖେଳି ଯାଇଥିଲା ଭୟର ବାତାବରଣ,  କାବୁଲ ଛାଡି ଅନ୍ୟ ଦେଶକୁ ଯିବା ପାଇଁ  କାବୁଲ ବିମାନ ବନ୍ଦରରେ ଭିଡ ଜମାଇଥିଲେ କାବୁଲ ବାସିନ୍ଦା । ସେହି ସମୟରେ କାବୁଲ ବିମାନ ବନ୍ଦରରେ ହଜିଯାଇଥିବା ଏକ ଶିଶୁପୁତ୍ର ଚାରିମାସ ପରେ ନିଜ ପରିବାର ଲୋକଙ୍କ ନିକଟକୁ ଫେରି ଆସିବା ଚର୍ଚ୍ଚାର ବିଷୟ ପାଲଟିଛି ।

ଜଣାଯାଇଛି ଯେ ୨୦୨୧ ଅଗଷ୍ଟ ୧୯ ତାରିଖରେ କାବୁଲ ଛାଡି ଆମେରିକା ଯିବା ପାଇଁ  ପହଁଚିଥିଲେ ଦମ୍ପତି । ସାଥିରେ ମାତ୍ର ଦୁଇ ମାସର ଶିଶୁ ପୁତ୍ର ମଧ୍ୟ ଥିଲା ।  ଯାହାର ନାମ ଥିଲା ସୋହେଲ ଅହମଦ ।  କାବୁଲରୁ ପଳାଇ ଯିବାକୁ ଚାହୁଁଥିବା ସୋହେଲର ପିତାମାତା ତାକୁ ବିମାନ ବନ୍ଦରରେ ମୁତୟନ ଥିବା ବିଦେଶୀ ସୈନ୍ୟଙ୍କୁ ଦେଇ ଦେଇଥିଲେ । ସୋହେଲକୁ ହସ୍ତାନ୍ତର କରିବା ପରେ ତାହାର ପିତା ମାତା ବିମାନ ବନ୍ଦର ମଧ୍ୟକୁ ଯାଇ ପୁଅକୁ ଖୋଜିଥିଲେ ମଧ୍ୟ ସେ ମିଳିନଥିଲା । ଏହାପରେ ସେମାନେ ନିଜ ଜୀବନ ବଞ୍ଚାଇବାକୁ ଆମେରିକା ପଳାଇ ଯାଇଥିଲେ ।  ସେଠାରେ ଥାଇ ପୁଅକୁ ବହୁତ ଖୋଜିଥିଲେ ମଧ୍ୟ ତାହାର ସନ୍ଧାନ ପାଇନଥିଲେ ।

ସେପଟେ କାବୁଲର ଜଣେ ଟ୍ୟାକ୍ସି ଡ୍ରାଇଭର ସୋହେଲକୁ ପାଇ ରଖିଥିଲେ ।  ଆଉ ନିଜ ଘରକୁ ନେଇ ଯାଇ ପାଳନ କରିଥିଲେ କିନ୍ତୁ ଏଥିରେ ତାଲିବାନୀ ପୁଲିସ ହସ୍ତକ୍ଷେପ କରିବା ପରେ ସେ ଶିଶୁକୁ ତାହାର ପରିବାର ଲୋକଙ୍କୁ ଫେରାଇ ଦିଆଯାଇଛି ।  ଆଉ ସୋହେଲ କୁ ତାର ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ  ଏ ପର୍ଯ୍ୟନ୍ତୁ କିନ୍ତୁ ସୋହେଲର ପିତା ମାତା  ତାହାକୁ ଦେଖି ନାହାନ୍ତି ।  ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.