fbpx

୧୦୮ କିଲୋ ଲଙ୍କାଗୁଣ୍ଡ ମିଶା ପାଣିରେ ଗାଧୋଇଲେ ପୂଜାରୀ, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ୧୦୮ କିଲୋ ଲଙ୍କାଗୁଣ୍ଡ ମିଶା ପାଣିରେ ଗାଧୋଇଲେ ପୂଜାରୀ । ଏଭଳି ଏକ ପରମ୍ପରା ଦେଖିବାକୁ ମିଳିଛି ତାମିଲନାଡୁର ଧର୍ମପୁରୀରେ  । ଯେଉଁଠାରେ ଜଣେ ପୂଜାରୀଙ୍କୁ ପାଣିରେ ୧୦୮ କିଲୋ ଲଙ୍କାଗୁଣ୍ଡ ମିଶିଥିବା ପାଣିରେ ସ୍ନାନ କରାଯାଇଛି । ଆଦି ଅମ୍ମାବସଇ ପର୍ବରେ ପରମ୍ପରା ଅନୁଯାୟୀ ନନ୍ଦପନ୍ନାହଲ୍ଲୀ ର ଏକ ମନ୍ଦିରରେ ପୂଜାରୀ ରବିବାର ୧୦୮ କିଲୋ ଲଙ୍କାଗୁଣ୍ଡ ମିଶିଥିବା ପାଣିରେ ଗାଧୋଇଛନ୍ତି ।୍ର

ତାମିଲ ମାସରେ ଆଦିରେ ପଡୁଥିବା ଅମାବାସ୍ୟାରେ ଗାଁର ଦେବତା ପେରିୟା କରୁପସାମୀଙ୍କ ସମ୍ମାନ କରାଯାଇଥାଏ । ପ୍ରଥମେ ଦେବତାଙ୍କୁ କ୍ଷୀରରେ ଅଭିଷେକ କରାଯାଇଥାଏ । ଏହାପରେ ଲଙ୍କା ଗୁଣ୍ଡରେ ଅଭିଷେକ କରାଯାଏ ଏବଂ ତାଙ୍କୁ ସଜାଯାଏ । ଏହା ସହ ତାଙ୍କୁ ମଧ ଏବଂ ସିଗାରେଟ ମଧ୍ୟ ଦିଆଯାଏ ।

ପରମ୍ପରା ଅନୁଯାୟୀ ଏହା ପରେ ମନ୍ଦିରର ପୂଜାରୀଙ୍କୁ ମଧ୍ୟ ଅନେକ ନିୟମ ତଥା ରୀତିନୀତି ପାଳନ କରିବାକୁ ପଡ଼େ । ଏହାପରେ ତାଙ୍କୁ ଲଙ୍କା ଯଜ୍ଞରେ ସମ୍ମିଳିତ ହେବାକୁ ପଡ଼ିଥାଏ, ଯଜ୍ଞ ଅନୁଯାୟୀ ପୂଜାରୀଙ୍କୁ ୧୦୮ କିଲୋ ଲଙ୍କା ଗୁଣ୍ଡ ମିଶା ପାଣିରେ ସ୍ନାନ କରାଯାଇଥାଏ । ଲୋକଙ୍କର ବିଶ୍ୱାସ ରହିଛି ଏମିତି କରିବା ଦ୍ୱାରା ଭକ୍ତଙ୍କ ଉପରୁ ଖରାପ ଶକ୍ତି ଏବଂ ଦୁର୍ଭାଗ୍ୟ ଦୂର ହୋଇଥାଏ ।

Get real time updates directly on you device, subscribe now.