fbpx

ଶକ୍ତି ମନ୍ତ୍ରୀ ଗିରଫ: ବେଆଇନ୍ ଅର୍ଥ କାରବାରକୁ ନେଇ EDର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବେଆଇନ ଅର୍ଥ କାରବାରକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତାମିଲନାଡ଼ୁର ଶକ୍ତି ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଇଡି ଗିରଫ କରିଛି । ଏଥିସହିତ ବାଲାଜୀଙ୍କ କିଛି ସ୍ଥାନରେ ଯାଞ୍ଚ ଏଜେନ୍ସି ଦ୍ୱାରା ରେଡ୍ କରାଯାଇଛି । ତେବେ ଏହି କାର୍ଯ୍ୟାନୁଷ୍ଠାନ ସମୟରେ ମନ୍ତ୍ରୀଙ୍କ ଛାତି ଯନ୍ତ୍ରଣା ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ମନ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଖବର ମୁତାବକ, ଯାଞ୍ଚ ଏଜେନି ଯେଉଁ ସମୟରେ ବାଲାଜୀଙ୍କ ଘରେ ଚଢ଼ାଉ କରିଥିଲେ ସେହି ସମୟରେ ମନ୍ତ୍ରୀ ମର୍ଣ୍ଣିଂ ୱାର୍କରେ ଯାଇଥିଲେ । ଇଡି ରେଡ୍ ବିଷୟରେ ସୂଚନା ପାଇବା ପରେ ସେ ସଙ୍ଗେସଙ୍ଗେ ଟ୍ୟାକ୍ସି ଯୋଗେ ଘରକୁ ଫେରିଆସିଥିଲେ । ଚଢ଼ାଉ କରାଯିବାର ଗୋଟିଏ ଦିନ ପରେ ବାଲାଜୀଙ୍କୁ ଇଡି ଗିରଫ କରିଛି । ଏହି କାର୍ଯ୍ୟାନୁଷ୍ଠାନ ସମୟରେ ମନ୍ତ୍ରୀଙ୍କ ଛାତି ଯନ୍ତ୍ରଣା ହେବାରୁ ତାଙ୍କୁ ଓମନ୍ଦୁରାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ରାଜଧାନୀ ଚେନ୍ନାଇ ସ୍ଥିତ ବାସଭବନ ବ୍ୟତୀତ ପୈତୃକ ଘରେ ମଧ୍ୟ ରେଡ୍ କରାଯାଇଥିବା ଜଣାପଡ଼ିଛି । ତେବେ ଇଡିର କାର୍ଯ୍ୟାନୁଷ୍ଠାନ ପରେ ଡିଏମମେ ଆକ୍ଟିଭ ହୋଇଯାଇଛି । ଏହି ଗିରଫଦାରୀକୁ ଅଣସାମ୍ବିଧାନିକ କୁହାଯିବା ସହିତ ଆଇନଗତ ଲଢ଼େଇ ଲଢ଼ାଯିବା ବୋଲି ଦଳ ପକ୍ଷରୁ କୁହାଯାଇଛି । ଏଥିସହିତ ଏହି କାର୍ଯ୍ୟାନୁଷ୍ଠାନ ପରେ ଡିଏମକେ ଭୟଭୀତ ନୁହେଁ ବୋଲି ମଧ୍ୟ ଦଳ ପକ୍ଷରୁ କୁହାଯାଇଛି । ମନ୍ତ୍ରୀଙ୍କୁ ହସ୍ପିଟାଲ ନିଆଯାଉଥିବା ସମୟରେ ତାଙ୍କର ସମର୍ଥକମାନେ ହସ୍ପିଟାଲ ବାହାରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Get real time updates directly on you device, subscribe now.