fbpx

ଶ୍ରୀମନ୍ଦିରରେ ପୁଣି ବିକ୍ରି ହେଉଛି ଟଙ୍କ ତୋରାଣି : ୭ବର୍ଷ ପୂର୍ବେ ବିକ୍ରି ଉପରେ ଲାଗିଥିଲା କଟକଣା

ପୁରୀ : ୭ବର୍ଷ ପୂର୍ବେ ଶ୍ରୀମନ୍ଦିରରେ ଟଙ୍କ ତୋରାଣୀ ବିକ୍ରି ଉପରେ କଟକଣା ଲାଗିଥିଲା । ଏନେଇ ଶ୍ରୀମନ୍ଦିରର ପ୍ରଶାସନ ସ୍ପଷ୍ଟ ଭାବେ ନିର୍ଦ୍ଦେଶନାମା ଜାରି କରିଥିଲେ । କହିଥିଲେ ଯେ, ଯେଉଁମାନେ ବିକ୍ରି ଉପରେ ଲାଗିଥରବା କଟକଣାକୁ ଉଲ୍ଲଂଘନ କରି ବିକ୍ରି କରିବେ, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । କିନ୍ତୁ ଏହି ନିୟମକୁ ନମାନି ସେବକ ଏବଂ ଅଣସେବକ ମାନେ ଶ୍ରୀମନ୍ଦିରର ଆନନ୍ଦବଜାରରେ ପୁଣି ଟଙ୍କ ତୋରାଣି ବିକ୍ରି ଆରମ୍ଭ ହୋଇଗଲାଣି ।

ଟଙ୍କ ତୋରାଣିର ପ୍ରସ୍ତୁତି ପ୍ରଣାଳୀ ଭିନ୍ନ ଅଟେ । ପ୍ରସ୍ତୁତି ପ୍ରଣାଳୀ ଅନୁଯାୟୀ, ମହାପ୍ରସାଦ ଅନ୍ନରୁ ଯେଉଁ ପ୍ରଥମ ତୋରାଣି ବାହାରେ , ସାଧାରଣତଃ ଦୁଇ ଦିନ ତଳର ଅନ୍ନ ଏଥି ନିମନ୍ତେ ବ୍ୟବହାର କରାଯାଏ । ଏହି ଟଙ୍କ ତୋରାଣିରେ ଲେମ୍ବୁ, କମଳାପେତ୍ର, ଜିରା, ଅଦା ମଧ୍ୟ ପଡିଥାଏ । ସେଥିରେ ସ୍ୱାଦ ପାଇଁ ଲଙ୍କା ଓ ଲୁଣ ବି ମିଶିଥାଏ । ଏଣୁ ପୂର୍ବରୁ ଆନନ୍ଦ ବଜାରରେ ବହୁ ମାତ୍ରାରେ ଟଙ୍କ ତୋରାଣି ବିକ୍ରି ହେଉଥିଲା । ଶ୍ରଦ୍ଧାଳୁମାନେ ସେଠାକୁ ଯାଇ ଠାକୁର ଦର୍ଶନ କରି ଟଙ୍କ ତୋରାଣି ପିଇ ଫେରୁଥିଲେ ।

ପରିଛନ୍ନତା ଓ ସ୍ୱାସ୍ଥ୍ୟକର ଭବେ ଏହା ପ୍ରସ୍ତୁତ ହେଉନଥିବା ଅଭିଯୋଗ ଲାଗିଥିବାରୁ ୨୦୧୭ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ବ୍ଦ କରିଥିଲେ । ଏହା ବ୍ୟତୀତ ରାବିଡି, ଖିରି ଆଦି ବାହାର ଜିନିଷର ବିକ୍ରି ଉପରେ ବି କଟକଣା ଲଗାଯାଇଥିଲା । କିନ୍ତୁ କିଛି ବର୍ଷ ବନ୍ଦ ରହିବା ପରେ ଏବେ ପୁଣିଥରେ ଆନ୍ଦବଜାରରେ ଟଙ୍କ ତୋରାଣିର ବିକ୍ରି ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ବିକ୍ରି କରୁଥିବା ଲୋକମାନେ କାଗଜ ଦନାରେ ଟଙ୍କ ତୋରାଣି ଦେଇ ଭକ୍ତଙ୍କ ଠାରୁ ୨୦ ଟଙ୍କା ନେଉଛନ୍ତି । ଟଙ୍କ ତୋରାଣି କେବଳ ମନ୍ଦିର ଭିତରେ ନୁହେଁ, ବାହାରେ ବି ବିକ୍ରି ହେଉଛି ।

Get real time updates directly on you device, subscribe now.