please help me! ମୁଁ ଆଉ ସହିପାରୁନି, ବଲିଉଡ ଅଭିନେତ୍ରୀଙ୍କୁ ନିର୍ଯାତନା
ବଲିଉଡ ଅଭିନେତ୍ରୀଙ୍କୁ ନିର୍ଯାତନା, ଭାଇରାଲ ହେଲା ଭିଡିଓ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ, ଯିଏ ‘ଆଶିକ ବନାୟା ଆପନେ’ ଭଳି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଜଣାଶୁଣା, ସେ ଏକ ଭାଇରାଲ ଭିଡିଓରେ କାନ୍ଦୁଥିବା ଅବସ୍ଥାରେ ଦେଖାଯାଇଛନ୍ତି। ଏହି ଭିଡିଓରେ ସେ ନିଜ ଘରେ ହଇରାଣ ହେଉଥିବା ଅଭିଯୋଗ କରି ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ଏହି ଘଟଣା ସୋସିଆଲ ମିଡିଆରେ ଏବେ ବେଶ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ କ’ଣ କହିଛନ୍ତି ତନୁଶ୍ରୀ? ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ତନୁଶ୍ରୀ ଦତ୍ତ ଭାବବିହ୍ୱଳ ଅବସ୍ଥାରେ କାନ୍ଦୁଥିବା ଦେଖାଯାଇଛନ୍ତି। ସେ କହିଛନ୍ତି, “ମୋତେ ମୋ ନିଜ ଘରେ ହଇରାଣ କରାଯାଉଛି। ମୁଁ ପୁଲିସକୁ ଡାକିଛି, କିନ୍ତୁ ମୋ ସାହାଯ୍ୟ ପାଇଁ କେହି ଆସୁନାହାନ୍ତି।”
ସେ ଆହୁରି କହିଛନ୍ତି ଯେ ତାଙ୍କ ଘର ବାହାରେ ଅଜଣା ଶବ୍ଦ ଶୁଣାଯାଉଛି ଏବଂ ତାଙ୍କୁ ମାନସିକ ଭାବେ ହଇରାଣ କରାଯାଉଛି। ତନୁଶ୍ରୀ ଏହି ଭିଡିଓରେ ଜନସାଧାରଣଙ୍କୁ ସାହାଯ୍ୟ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି।
View this post on Instagram
ଏହି ଭିଡିଓ X ପ୍ଲାଟଫର୍ମରେ ଦ୍ରୁତ ଗତିରେ ଭାଇରାଲ ହୋଇଛି। ଅନେକ ବ୍ୟବହାରକାରୀ ତନୁଶ୍ରୀଙ୍କ ପାଇଁ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ତୁରନ୍ତ ପୁଲିସ ହସ୍ତକ୍ଷେପ ଦାବି କରିଛନ୍ତି। କେତେକ ପୋଷ୍ଟରେ ଏହାକୁ ଘରୋଇ ହିଂସା ସହ ଜଡ଼ିତ ଘଟଣା ବୋଲି ଦାବି କରାଯାଇଛି, ଯଦିଓ ଏହା ସମ୍ପର୍କରେ ସ୍ପଷ୍ଟ ପ୍ରମାଣ ଉପଲବ୍ଧ ନାହିଁ। ଅନ୍ୟପକ୍ଷରେ, କିଛି ବ୍ୟବହାରକାରୀ ଏହାକୁ ପ୍ରଚାର ପାଇଁ ଏକ ପ୍ରୟାସ ବୋଲି ମଧ୍ୟ ମନ୍ତବ୍ୟ ଦେଇଛନ୍ତି।
ତନୁଶ୍ରୀ ଦତ୍ତ ୨୦୦୫ ମସିହାରେ ‘ଆଶିକ ବନାୟା ଆପନେ’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ପାଦ ଦେଇଥିଲେ। ସେ ମୀଟୁ ଆନ୍ଦୋଳନରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯେଉଁଠାରେ ସେ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏହି ଘଟଣା ତାଙ୍କୁ ୨୦୧୮ରେ ବ୍ୟାପକ ଚର୍ଚ୍ଚାକୁ ଆଣିଥିଲା।