fbpx
BSKY
BJD MC SKY
BJD YOUTH SKY

ଚା’ ନା କଫି? ଶରୀର ପାଇଁ କେଉଁଟି ଅଧିକ ବିପଜ୍ଜନକ, କେଉଁଟି ଅଧିକ ଫାଇଦା ଦିଏ, କ’ଣ କହୁଛି ରିସର୍ଚ୍ଚ ରିପୋର୍ଟ

ନୂଆଦିଲ୍ଲୀ: ଦେଶର ଅଧିକାଂଶ ଲୋକ ଚା’ ଓ କଫିରୁ ନିଜର ଦିନର ଶୁଭାରମ୍ଭ କରିଥାନ୍ତି । ସକାଳର ନିଦ ଭାଙ୍ଗିବା ପରେ ଅଧିକାଂଶ ଲୋକ ଚା’କୁ ଖୋଜିଥାନ୍ତି । ସେହିପରି ଆଉ କିଛି ବ୍ୟକ୍ତି ସନ୍ଧ୍ୟା ସମୟର ଥକ୍କାପଣକୁ ଦୂର କରିବାକୁ ଚା’, କଫି ସେବନ କରିଥାନ୍ତି । ତେବେ ଆପଣମାନେ ଜାଣନ୍ତି କି ଚା’ ଆଉ କଫି ମଧ୍ୟରୁ କେଉଁଟି ଆମ ଶରୀର ପାଇଁ ବେଶି କ୍ଷତିକାରକ ।

ଯଦି ଚା’ ଓ କଫିକୁ ଆମେ ତୁଳନା କରିବା ତେବେ ଅନେକ ଅଜଣା କଥା ଜାଣିପାରିବା । ଏହି ଦୁଇଟି ସାମଗ୍ରୀ ମଧ୍ୟରୁ ଚା’ ଅପେକ୍ଷା କଫିରେ ଅଧିକ ନିକୋଟିନ ଓ କଫିନ ରହିଥାଏ । ଆମେ ଚା’କୁ ଛାଣି ଦେଉଥିବାରୁ ଚା’ରେ କଫିନ ଓ ନିକୋଟିନର ମାତ୍ରା କମ୍ ରହିଥାଏ । କଫିନ ଆମର ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ । ଚା’ ଓ କଫିକୁ ନେଇ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମେ ତାହାକୁ କେଉଁ ସମୟରେ ସେବନ କରୁଛେ । ଜଣେ ମଣିଷ ଯଦି ୪୦୦ ଗ୍ରାମ କଫିନରୁ ଅଧିକ ସେବନ କରେ ତେବେ ତାହା ଶରୀରକୁ କ୍ଷତି ପହଞ୍ଚାଇଥାଏ ।

କିଛି ରିସର୍ଚ୍ଚରୁ ଜଣାପଡ଼ିଛି, କଫିନରେ ୩ରୁ ୧୩ ପ୍ରତିଶତ ପର୍ଯ୍ୟନ୍ତ କ୍ୟାଲୋରୀ ରହିଥାଏ, ଯାହାକି ଫ୍ୟାଟ ବର୍ଣ୍ଣ କରିଥାଏ । ତେଣୁ ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଥାନ୍ତି ତେବେ କଫି ସେବନ କରିବା ଆପଣଙ୍କୁ ଫାଇଦା ଦେଇଥାଏ । ଚା’ ଓ କଫି ଦୁଇଟିଯାକ ଆଣ୍ଟିଅକ୍ସିଡେଣ୍ଟ ହୋଇଥିବାରୁ ତାହା ଆମକୁ ଅନେକ କ୍ଷତିରୁ ବଞ୍ଚାଇବା ସହିତ ଅନେକ ରୋଗ ସଂକ୍ରମଣରୁ ମଧ୍ୟ ରୋକିଥାଏ । ଚା’ରେ କଫିନର ମାତ୍ରା କମ୍ ଥିବାରୁ ତାହା ଆମର ବ୍ରେନ ପାଇଁ ଅଧିକ ହିତକର ହୋଇଥାଏ । କଫି ଅପେକ୍ଷା ଚା’ ଆମର ଦାନ୍ତ ଉପରେ ଅଧିକ ପ୍ରଭାବ ପକାଇଥାଏ । ଏହା ଦାନ୍ତକୁ ଧଳାରୁ ହଳଦିଆ ରଙ୍ଗ କରିଦେଇଥାଏ ।

ଚା’ ଓ କଫିର ଅଧିକ ସେବନ ଆମର ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ । ତେଣୁ ଆମକୁ ଏହାକୁ କମ୍ ମାତ୍ରାରେ ସେବନ କରିବା ଆବଶ୍ୟକ । କଫି ୧-୨ କପ ଓ ଚା’ ୧-୨ ସେବନ କରିବା ଠିକ୍ ହେବ । ଏହାଠାରୁ ଅଧିକ ପିଇବା କ୍ଷତିକୁ ଡାକି ଆଣିଥାଏ । ଚା’ ଓ କଫି ପ୍ରସ୍ତୁତି ସମୟରେ ସେଥିରେ ଆପଣ କେତେ ମାତ୍ରାରେ ଚିନି ପକାଉଛନ୍ତି ତାହା ମଧ୍ୟ ଚିନ୍ତାଜନକ ବିଷୟ । ଚା’ରେ କମ୍ କଫିନ ରହିଥିବାରୁ ତାହା କଫି ଅପେକ୍ଷା ଭଲ ବୋଲି ଏକ୍ସପର୍ଟ କହିଛନ୍ତି ।

Get real time updates directly on you device, subscribe now.