fbpx
BSKY SKY
BSKY SKY

ନାବାଳିକା ଛାତ୍ରୀଙ୍କୁ ଧରି ରସିକିଆ ଗଣିତ ମାଷ୍ଟର ଛୁ ମାରିଥିଲା, ଏବେ ପୋଲିସ ହାବୁଡ଼ରେ ଧରା ପଡ଼ିଲା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଜଣେ ରସିକିଆ ମାଷ୍ଟର ଓ ନାବାଳିକାଙ୍କ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଜଣେ ଗଣିତ ମାଷ୍ଟର ଫେରାର ହୋଇଯାଇଥିଲେ । ତେବେ ଏବେ ପୋଲିସ ଏହି ରସିକିଆ ମାଷ୍ଟରଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ଉକ୍ତ ମାଷ୍ଟର ଜଣଙ୍କ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ରାଞ୍ଚି ରୋଡରେ ଏକ ଇଂରାଜୀ ମିଡିୟମ ସ୍କୁଲରେ ଚାକିରି କରୁଥିଲେ । ଉକ୍ତ ସ୍କୁଲରେ ପଢ଼ୁଥିବା ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ନେଇ ସେ ଗତ ୫ ତାରିଖରେ ଛୁ ମାରିଥିଲେ । ଏହାପରେ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା ।

ତେବେ ମୋବାଇଲ ଟ୍ରାକିଂ ମାଧ୍ୟମରେ ପୋଲିସ ଶିକ୍ଷକଙ୍କ ଜଣେ ସହଯୋଗୀଙ୍କ ବିଷୟରେ ଜାଣି ପାରିଥିଲା । ଉକ୍ତ ସହଯୋଗୀଙ୍କୁ ଥାନାକୁ ଆଣି ପଚରାଉଚରା ପରେ ଶିକ୍ଷକ ଜଣଙ୍କ ବିହାରରେ ରହୁଥିବା ପୋଲିସ ଜାଣିପାରିଥିଲା । ଏହାପରେ କୁତ୍ରା ଥାନାଧିକାରୀ ଏକ ଟିମ୍ ସହ ବିହାର ଗସ୍ତ କରିଥିଲେ । ପୋଲିସ ଏହାପରେ ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଶିକ୍ଷକଙ୍କଠାରୁ ବାଇକ, ସିନ୍ଦୁର ଓ କିଛି ଟଙ୍କା ଜବତ କରିଥିବା ଏସଡିପିଓ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.