fbpx

ବନ୍ଦ ସ୍କୁଲକୁ ଖୋଲିଲେ ଶିକ୍ଷାଦୂତ, ପିଟିପିଟି ମାରିଦେଲେ ମାଓବାଦୀ

ନୂଆଦିଲ୍ଲୀ:  ଛତିଶଗଡରୁ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ସାମ୍ନାକୁ ଆସିଛି । ପିଟିପିଟି ସ୍କୁଲ ଶିକ୍ଷକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ବନ୍ଦ ଥିବା ସ୍କୁଲକୁ ଖୋଲିବା ସହିତ ପିଲାଙ୍କୁ ସ୍କୁଲ ମୁହାଁ କରିଥିବାରୁ ଏଭଳି କାଣ୍ଡ ଭିଆଇଛନ୍ତି ମାଓବାଦୀ । ସେପ୍ଟେମ୍ବର 14 ତାରିଖରେ ଏହି ଦୁଃଖଦ ଘଟଣା ଘଟିଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୁକୁମା ଜିଲ୍ଲାର ଜଗରଗୁଣ୍ଡା ଅଞ୍ଚଳରେ ଜନଅଦାଲତ କରିଥିଲେ । ତେବେ ଉକ୍ତ ଜନଅଦାଲତରେ ହିଁ ଶିକ୍ଷକଙ୍କୁ ପିଟିପିଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକ ଶିକ୍ଷକଙ୍କ ନାମ ଦୁଧୀ ଅର୍ଜୁନ ବୋଲି ଜଣାପଡିଛି । ଏନେଇ ସୁକମା ଏସପି କିରଣ ଚହ୍ବାନ ସୂଚନା ଦେଇଛନ୍ତି ।

ମୃତକ ଅର୍ଜୁନ ଶିକ୍ଷାଦୂତ ଥିଲେ ଏବଂ ଶିକ୍ଷାଦାନ କରି ଜୀବିକା ପରିପୋଷଣ କରୁଥିଲେ । ସ୍ଥାନୀୟ ଶିକ୍ଷିତ ଯୁବକଙ୍କୁ ଶିକ୍ଷାଦୂତ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ବନ୍ଦ ସ୍କୁଲ ଚାଲୁ କରିବା ସହିତ ପିଲାଙ୍କୁ ବୁଝାସୁଝା କରି ସ୍କୁଲକୁ ଆଣନ୍ତି ଶିକ୍ଷାଦୂତ । ତେବେ ଏହି ଘଟଣାରେ ପୋଲିସ ମାମଲା ଦାୟର କରିବା ସହିତ ମାଓବାଦୀଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ପୂର୍ବରୁ ତାଙ୍କୁ ଧମକ ଦିଆଯାଇଥିବା ବେଳେ ବର୍ତ୍ତମାନ ତାଙ୍କୁ ଜୀବନରୁ ମାରି ଦେଇଛନ୍ତି ।

 

Get real time updates directly on you device, subscribe now.