fbpx

ଶିକ୍ଷକଙ୍କୁ ଝଟକା ; ୩୬,୦୦୦ ଶିକ୍ଷକ ନିଯୁକ୍ତିକୁ ବାତିଲ କଲେ ହାଇକୋର୍ଟ

ନୂଆଦିଲ୍ଲୀ : ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦୁର୍ନିତୀ ମାମଲାରେ ହାଇକୋର୍ଟ ଏକ ପ୍ରମୁଖ ନିର୍ଦ୍ଦେଶ ଦେଇଛନ୍ତି।୨୦୧୬ ମସିହାରେ କରାଯାଇଥିବା ୩୬,୦୦୦ ନିଯୁକ୍ତିକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାକ୍ଷାତକାରରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି। ସାକ୍ଷାତକାରରେ ନିଯୁକ୍ତି ପରୀକ୍ଷାରେ ମଧ୍ୟ ଦକ୍ଷତା ପରୀକ୍ଷା କରାଯାଇ ନାହିଁ।

କଲିକତା ହାଇକୋର୍ଟର ଜଷ୍ଟିସ୍ ଅଭିଜିତ୍ ଗାଙ୍ଗୁଲିଙ୍କ ବେଞ୍ଚ ଏହି ରାୟୂ ଶୁଣାଇଛନ୍ତି । ଯାହା ପଶ୍ଚିମବଙ୍ଗ ସରକାରଙ୍କୁ ଶକ୍ତ ଝଟକା ଲାଗିଥିବା କୁହାଯାଉଛି । ୨୦୧୬ ମସିହାରେ କରାଯାଇଥିବା ୩୬,୦୦୦ ଶିକ୍ଷକ ନିଯୁକ୍ତିରେ ଜାଲିୟାତି ହୋଇଥିଲା । ସାକ୍ଷାତକାର ସମୟରେ ଠିକ୍ ଭାବରେ ସାକ୍ଷାତକାର ନିଆଯାନଥିଲା । ବ୍ୟାପକ ଦୁର୍ନୀତି ଅଭିଯୋଗରେ ଏହି ମାମଲା କୋର୍ଟକୁ ଯାଇଥିଲା ।

ଏହି ନିଯୁକ୍ତି ବାତିଲ କରିବାବେଳେ ହାଇକୋର୍ଟର ଜଷ୍ଟିସ ଅଭିଜିତ ଗାଙ୍ଗୁଲିଙ୍କ ବେଞ୍ଚ ତାଙ୍କ ଆଦେଶରେ କହିଛନ୍ତି ଯେ ୩୬,୦୦୦ ନିଯୁକ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ରଦ୍ଦ କରାଯିବ। ଖାଲି ପଦବୀରେ ନୂତନ ନିଯୁକ୍ତି ପାଇଁ ବୋର୍ଡ ବ୍ୟବସ୍ଥା କରିବ। ଏଥିପାଇଁ ୩ମାସ ସମୟ ଧାର୍ଯ୍ୟ କରାଯାଇଛି । ତିନି ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବା ଉଚିତ ବୋଲି କୋର୍ଟ କହିଛନ୍ତି। ଏହା ବ୍ୟତୀତ ସମଗ୍ର ନିଯୁକ୍ତି ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ।

Get real time updates directly on you device, subscribe now.