ଗୁରୁମା’ କରୁଥିଲେ ଦଶମ ଛାତ୍ର ସହ ନ୍ୟୁଡ ଭିଡିଓ, ଦେଖିଦେଲେ ମା…
ଦଶମ ଶ୍ରେଣୀ ଛାତ୍ରଙ୍କ ସହ ନ୍ୟୁଡ୍ ଭିଡିଓ ଚାଟିଂ କରୁଥିଲେ ଶିକ୍ଷୟତ୍ରୀ। ଆଉ ତାପରେ ଯାହା ଘଟିଲା...
ମହାରାଷ୍ଟ୍ର: ସାମ୍ନାକୁ ଆସିଲା ଏକ ଆଶ୍ଚର୍ଯ୍ୟକର ଘଟଣା। ଜଣେ ୩୫ ବର୍ଷୀୟ ମହିଳା ଶିକ୍ଷୟତ୍ରୀ ଅର୍ଦ୍ଧନଗ୍ନ ଅବସ୍ଥାରେ ଦଶମ ଶ୍ରେଣୀର ଜଣେ ଛାତ୍ର ସହ ଅଶ୍ଳୀଳ ଭିଡିଓ ଚାଟିଂ କରୁଥିଲେ।
ଯେତେବେଳେ ପୁଅଟିର ମାଆ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଲେ, ସେ ପୋଲିସର ଆଶ୍ରୟ ନେଲେ। ଏବଂ ଉକ୍ତ ଶିକ୍ଷୟତ୍ରୀଙ୍କ ନାଁରେ ଥାନାରେ ଅଭିଯୋଗ କଲେ। ଆଉ ତାପରେ ଘଟିଲା ଏପରି କିଛି।
ପୂରା ଘଟଣା କ’ଣ: ମହାରାଷ୍ଟ୍ରର କୋପରଖୈରାଣ ପୋଲିସ ନଭି ମୁମ୍ବାଇର ଜଣେ ନାବାଳକ ପୁଅ ସହିତ ଅଶ୍ଳୀଳ ଚାଟିଂ କରୁଥିବା ଅଭିଯୋଗରେ ଜଣେ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି।
ଏହାପରେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିଛି। ପୋଲିସ ଜାଣିବାକୁ ଚାହୁଁଛି କି, ଏହି ନାବାଳକ ଛଡ଼ା ମହିଳା ଜଣକ ଏମିତି କେତେ ଜଣଙ୍କ ସହିତ କରିଛନ୍ତି। ନାବାଳକ ପୁଅର ମାଆ ମୋବାଇଲରେ ମହିଳାଙ୍କ ଅର୍ଦ୍ଧନଗ୍ନ ଭିଡିଓ ଦେଖିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।
ଶିକ୍ଷୟତ୍ରୀଙ୍କ ଅର୍ଦ୍ଧନଗ୍ନ ଭିଡିଓ: କୋପରଖୈରାଣ ପୋଲିସ ଷ୍ଟେସନ ଅଧୀନରେ ରହୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରର ଇନଷ୍ଟାଗ୍ରାମରେ ଉଲୱେ ଅଞ୍ଚଳରେ ରହୁଥିବା ଜଣେ ୩୫ ବର୍ଷୀୟା ମହିଳାଙ୍କ ସହିତ ପରିଚୟ ହୋଇଥିଲା।
ସମୟ ସହିତ ସେମାନଙ୍କ ପରିଚୟ ବନ୍ଧୁତାରେ ପରିଣତ ହୋଇଗଲା। ୨୭ ତାରିଖ ରାତି ପ୍ରାୟ ୯ଟା ସମୟରେ ଉଭୟଙ୍କ ମଧ୍ୟରେ ଏକ ଭିଡିଓ ଚାଟ୍ ହୋଇଥିଲା। ଯେଉଁଥିରେ ନାବାଳକ ପୁଅଟି ମହିଳାଙ୍କ ଅର୍ଦ୍ଧନଗ୍ନ ଅବସ୍ଥାର ଭିଡିଓ ସେଭ୍ କରିଥିଲା।
ଫୋନରେ ଭିଡ଼ିଓ ସେଭ୍: ଯେତେବେଳେ ପୁଅର ମାଆ ମୋବାଇଲ୍ ଦେଖୁଥିଲେ ସେ ସେହି ଭିଡିଓ ଦେଖିଲେ। ଆଉ ପରେ ପୁଅକୁ ଗାଳି ଦେବା ସହ ଘଟଣା ବିଷୟରେ ପଚାରିଥିଲେ।
ମାଆ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅଠାରୁ ଦୁଇଗୁଣା ବୟସରେ ବଡ଼ ଜଣେ ମହିଳା ତାଙ୍କ ସହିତ ଏପରି କାର୍ଯ୍ୟ କରୁଛନ୍ତି। ଏହା ପରେ ସେ ତୁରନ୍ତ ନିକଟସ୍ଥ ପୋଲିସ ଷ୍ଟେସନରେ ପହଞ୍ଚିଲେ।
ମାଆ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଦେଲେ: ମା ଘଟଣା ବିଷୟରେ ପୋଲିସକୁ ଜଣାଇଲେ ଏବଂ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଅଭିଯୋଗ ଦାଖଲ କଲେ।
ଅଭିଯୋଗ ଆଧାରରେ ପୋଲିସ ମୋବାଇଲ ଯାଞ୍ଚ କଲା ଏବଂ ପୁଅର ମାଆଙ୍କ ଅଭିଯୋଗକୁ ବିଚାରକୁ ନେଇ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କଲା।
ପରେ ଯେତେବେଲେ ପୋଲିସ ଅଧିକ ଖୋଳତାଡ କଲା ସେତେବେଳେ ଜଣିବାକୁ ପାଇଲା କି ଅଭିଯୁକ୍ତ ମହିଳା ଜଣକ ଏକ ସ୍କୁଲରେ ଶିକ୍ଷୟିତ୍ରୀ। ଏହା ପରେ ପୋଲିସ ତାଙ୍କୁ ଗିରଫ କଲା।