fbpx
BJD SKY
BJD SKY

ବିଶ୍ୱକପରୁ ବାଦ୍ ପଡ଼ିଲେ ନିଜେ ଦଳର ଅଧିନାୟକ: ପରବର୍ତ୍ତୀ ମ୍ୟାଚରେ ଏହି ଖେଳାଳି ନେବେ ନେତୃତ୍ୱ

BJD

ନୂଆଦିଲ୍ଲୀ: ଲିଗ୍ ଷ୍ଟେଜର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଦିନିକିଆ ବିଶ୍ୱକପ-୨୦୨୩ । ଅଧିକାଂଶ ଦଳ ନିକଟରେ ଲିଗ୍ ଷ୍ଟେଜରେ ଆଉ ମାତ୍ର ଗୋଟିଏ ଲେଖାଏଁ ମ୍ୟାଚ ବାକି ରହିଛି । ତେବେ ଏହି ସମୟରେ ଦଳର ଅଧିନାୟକ ହିଁ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି । ପରବର୍ତ୍ତୀ ମ୍ୟାଚରେ ନୂଆ ଖେଳାଳିଙ୍କୁ ନେତୃତ୍ୱ ହସ୍ତାନ୍ତର କରି ଟୁର୍ଣ୍ଣାମେଣ୍ଟରୁ ଓହରିଯିବେ ବାଂଲାଦେଶ ଅଧିନାୟକ ଶାକିବ ଅଲ ହସନ୍ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ‘ଟାଇମ ଆଉଟ’ ନିୟମକୁ ନେଇ ଏକ ବଡ଼ ବିବାଦ ପରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି ଶାକିବ ।

ବିଶ୍ୱକପରେ ନିରାଶଜନକ ପ୍ରଦର୍ଶନ କରି ସେମି ଫାଇନାଲ ଦୌଡ଼ରୁ ବାଦ୍ ପଡ଼ି ସାରିଛି ବାଂଲାଦେଶ । ଏହାଭିତରେ ତେବେ ଶ୍ରୀଲଙ୍କା ବିପକ୍ଷରେ ଆଞ୍ଜେଲୋ ମାଥ୍ୟୁଜଙ୍କ ୱିକେଟକୁ ନେଇ ଏକ ବଡ଼ ବିବାଦ ସୃଷ୍ଟ କରିଛନ୍ତି ଦଳର ଅଧିନାୟକ ଶାକିବ ଅଲ ହସନ୍ । ମାଥ୍ୟୁଜଙ୍କ ଏହି ୱିକେଟ ଏବଂ ଶାକିବଙ୍କ ନିଷ୍ପତ୍ତିକୁ ଅଧିକାଂଶ କ୍ରିକେଟ ବିଶେଷଜ୍ଞ ଏବଂ କ୍ରୀଡ଼ାପ୍ରେମୀ ବିରୋଧ କରିଛନ୍ତି । ତେବେ ବିଶ୍ୱକପରେ ଏହି ‘ଟାଇମ ଆଉଟ’ ବିବାଦ ଜୋର ଧରିଥିବା ବେଳେ ବିଶ୍ୱକପର ଶେଷ ମ୍ୟାଚରୁ ବାଦ୍ ପଡ଼ିଛନ୍ତି ବାଂଲାଦେଶର ଅଧିନାୟକ ଶାକିବ । ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ଜିତିବା ସତ୍ତେ୍ୱ ସେମି ଫାଇନାଲ ରେସରୁ ବାଦ୍ ପଡ଼ିଛି ବାଂଲାଦେଶ । ତେଣୁ ଦଳ ନିକଟରେ ବିଶ୍ୱକପରେ ମାତ୍ର ଗୋଟିଏ ମ୍ୟାଚ ବାକି ରହିଛି । ତେବେ ଏହି ମ୍ୟାଚରୁ ଶାକିବ ଅଲ ହସନ୍ ବାଦ୍ ପଡ଼ିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ଆହତ ଯୋଗୁଁ ଟୁର୍ଣ୍ଣାମେଣ୍ଟର ଶେଷ ମ୍ୟାଚରେ ଖେଳିପାରିବେ ନାହିଁ ଶାକିବ । ତେଣୁ ତାଙ୍କ ସ୍ଥାନରେ ନଜମୁଲ ହୁସେନ୍ ସାଣ୍ଟୋ ଦଳର ନେତୃତ୍ୱ ନେବେ ।

ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ବ୍ୟାଟିଂ କରୁଥିବା ବେଳେ ବାଂଲାଦେଶ ଅଧିନାୟକ ଶାକିବଙ୍କ ବାମ ହାତ ଆଙ୍ଗୁଠିରେ ଆଘାତ ଲାଗିଛି । ତେବେ ମ୍ୟାଚ ପରେ ହାତର ଏକ୍ସ-ରେ କରାଯିବାରୁ ଏହା ଏକ ଗମ୍ଭୀର ଆଗାତ ବୋଲି ସ୍ପଷ୍ଟ ହୋଇଛି । ତେଣୁ ବିଶ୍ୱକପରେ ଆସନ୍ତା ମ୍ୟାଚରେ ନ କେଳିବା ପାଇଁ ଡାକ୍ତର ଶାକିବଙ୍କୁ ପରାମର୍ଶ ଦେଇଛନ୍ତି । ପୁଣେରେ ଚଳିତ ଟୁର୍ଣ୍ଣର୍ାମେଣ୍ଟର ଶେଷ ମ୍ୟାଚ ଭାବରେ ଅଷ୍ଟ୍ରେଲିଆକୁ ଭେଟିବ ବାଂଲାଦେଶ । ଏହି ମ୍ୟାଚରେ ଶାକିବଙ୍କ ସ୍ତାନରେ ସାଣ୍ଟୋ ଦଳର ଅଦିନାୟକ ପଦ ଗ୍ରହଣ କରିବେ ।

Get real time updates directly on you device, subscribe now.