fbpx

T-20 ବିଶ୍ୱକପରେ ଦଳକୁ ମିଳିବେ ନୂଆ ଅଧିନାୟକ: ଏହି ଖେଳାଳି ନେବେ ଦାୟିତ୍ୱ

ନୂଆଦିଲ୍ଲୀ: ଆଗକୁ ଆସୁଛି ଟି-୨୦ ବିଶ୍ୱକପ । ଆଇପିଏଲ-୨୦୨୪ ଶେଷ ହେବା ପରେ ୟୁଏସଏ ଏବଂ ୱେଷ୍ଟଇଣ୍ଡିଜରେ ଏହି ଟି-୨୦ ମେଗା ଇଭେଣ୍ଟ ଖେଳାଯିବାର ସୂଚୀ ରହିଛି । ତେବେ ଏହି ବିଶ୍ୱକପରେ ନୂଆ ଅଧିନାୟକଙ୍କ ସହ ମଇଦାନକୁ ଓହ୍ଲାଇବ ଟିମ ଅଷ୍ଟ୍ରେଲିଆ । ପ୍ୟାଟ୍ କମିନ୍ସଙ୍କ ସ୍ଥାନରେ ମିଚେଲ ମାର୍ଶ ଅଧିନାୟକ ଭାବରେ ଦାୟିତ୍ୱ ଗ୍ରହଣ କରିବେ । ଅଷ୍ଟ୍ରେଲିଆ ଦଳର ମୁଖ୍ୟ ପ୍ରଶିକ୍ଷକ ଆଣ୍ଡ୍ରୁ୍ୟ ମ୍ୟାକଡୋନାଲ୍ଡ ମଧ୍ୟ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଜୁନରେ ହେବାକୁ ଥିବା ଏହି ଟି-୨୦ ମେଗା ଇଭେଣ୍ଟରେ ମିଚେଲ ମାର୍ଶ ହିଁ ଦଳର ନେତୃତ୍ୱ ନେବେ ।

ଆରୋନ୍ ଫିଞ୍ଚଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗରୋଇ ମାଟିରେ ଶେଷ ଥର ପାଇଁ ଟି-୨୦ ବିଶ୍ୱକପ ବିଜୟୀ ହୋଇଥିଲା । କିନ୍ତୁ ଚଳିତବର୍ଷ ଦଳର ଅଧିନାୟକ ରହିବେ ମିଚେଲ ମାର୍ଶ । ଏଥିପାଇଁ ଦଳକୁ ଆଇସିସିର ଦୁଇଟି ବଡ଼ ଟ୍ରଫି(ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଏବଂ ଦିନିକିଆ ବିଶ୍ୱକପ) ବିଜୟୀ କରାଇଥିବା ଅଧିନାୟକ ପ୍ୟାଟ କମିନ୍ସ ମଧ୍ୟ ଏହି ତାଲିକାରେ ପଛରେ ରହି ଯାଇଛନ୍ତି । ସେ ଦଳରେ କେକବଳ ଜଣେ ଅଲରାଉଣ୍ଡର ଭାବରେ କେଳୁଥିବାର ନଜର ଆସିବେ । ମିଚେଲ ମାର୍ଶ ଏବେ ଦଳର ଅଲ୍ ଫର୍ମାଟ ଖେଳାଳି ପାଲଟି ଯାଇଛନ୍ତି ।

କୁହାଯାଉଛି ଯେ, କୋଚ୍ ମ୍ୟାକଡୋନାଲ୍ଡ ଅଷ୍ଟ୍ରେଲିଆ ଷ୍ଟାର ପ୍ଲେୟର ମିଚେଲ ମାର୍ଶଙ୍କୁ ଟି-୨୦ ଦଳର ଅଧିନାୟକ ଭାବରେ ଘୋଷଣା କରିବାକୁ ସୁପାରିଶ କରିପାରନ୍ତି । ଅଷ୍ଟ୍ରେଲିା ଚୟନକର୍ତ୍ତା ଅଧ୍ୟକ୍ଷ ଜର୍ଜ ବେଲୀ ଏବଂ ଟୋନୀ ଡୋଡେମାଇଡଙ୍କ ସହ ପ୍ୟାନେଲରେ ବସିଲେ ଅଷ୍ୟ୍ରେଲିଆକୁ ତାଙ୍କ ପସନ୍ଦର ଅଧିନାୟକଙକ୍କ ସମ୍ପର୍କରେ ପ୍ରସ୍ତାବ ଦେଇପାରିବେ । ତେଣୁ ଖୁବ ଟି-୨୦ ବିଶ୍ୱକପ ତଥା ଅଷ୍ଟ୍ରେଲିଆକୁ ନୂଆ ଅଧିନାୟକ ମିଳିପାରେ ।

Get real time updates directly on you device, subscribe now.