fbpx

(Video): ବାରବାଡୋସ ବାତ୍ୟାରେ ଫସି ରହିଛି ଟିମ୍ ଇଣ୍ଡିଆ, ଅନୁଷ୍କା ସହ ଦୁଃଖ ବାଣ୍ଟିଲେ କିଙ୍ଗ କୋହଲି

Advertisement

ବାରବାଡୋସ ବାତ୍ୟାରେ ଫସି ରହିଛି ଟିମ୍ ଇଣ୍ଡିଆ, ଅନୁଷ୍କା ସହ ଦୁଃଖ ବାଣ୍ଟିଲେ କିଙ୍ଗ କୋହଲି
ଓଡିଶା ଭାସ୍କର: ଭାରତୀୟ ଦଳ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଜିତି ସାରିଛି । ମାତ୍ର ୱେଷ୍ଟଇଣ୍ଡିଜର ବାରବାଡୋସରୁ ଫେରି ପାରନି ଟିମ୍ ଇଣ୍ଡିଆ । ଭାରତୀୟ ଦଳର ସ୍ୱଦେଶ ଫେରିବା ବାଟରେ ବାତ୍ୟା କାଳ ସାଜିଛି । ଭାରତର ବିଜୟ ପରେ ପରେ ହିଁ ୱେଷ୍ଟଇଣ୍ଡିଜରେ ବାତ୍ୟା ଆସିଥିଲା ଓ ଅତିପ୍ରବଳ ବର୍ଷା କାରଣରୁ ଟିମ୍ ଇଣ୍ଡିଆ ଫସି ରହିଛି । ଫଳରେ ଭାରତୀୟ ଦଳ ହୋଟେଲରେ ଫସି ରହିଛି । ଟିମ୍ ଇଣ୍ଡିଆ ସୋସିଆଲ ମିଡିଆ ଜରିଆରେ ନିଜ ପରିବାର ଓ ବନ୍ଧୁ ପରିଜନ ସହ ଯୋଡି ହୋଇ ଅନେକ ପୋଷ୍ଟ କରିଛନ୍ତି ।

ବିରାଟ କୋହଲି ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଜିତିବାର ମାତ୍ର ୫ ମିନିଟ ମଧ୍ୟରେ ଏହି ଫର୍ମାଟକୁ ଅଲବିଦା କହିଥିଲେ । ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ବିଜୟ ପରେ ବିରାଟଙ୍କ ପତ୍ନୀ ଅନୁଷ୍କା ଟ୍ରଫି ଓ ଜାତୀୟ ପତାକା ସହ ଏକ ଫଟୋ ପୋଷ୍ଟ କରି ଲେଖିଥିଲେ ଯେ, ମତେ ଏହି ମଣିଷକୁ ପ୍ରେମ ହୋଇଛି । ଭାଗ୍ୟଶାଳୀ ଅଟେ ଯେ ତମକୁ ମୁଁ ମୋର ଘର କହିଥାଏ । ଏହି ପୋଷ୍ଟରେ ବିରାଟଙ୍କ ଫ୍ୟାନ୍ସମାନେ ଲେଖିଥିଲେ ଆମକୁ ବି ଏହି ମଣିଷ ପ୍ରତି ବେଶ୍ ଭଲ ପାଇବା ରହିଛି । ଇତିମଧ୍ୟରେ ବିରାଟଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ବାରବାଡୋସର ଏକ ହୋଟେଲ ମଧ୍ୟରେ ଅଛନ୍ତି । ତାଙ୍କ ହାତରେ ମୋବାଇଲ ଅଛି ଓ ସେ ଅନୁଷ୍କାଙ୍କୁ ବାରବାଡୋସର ବାତ୍ୟା ଦେଖାଇ ନିଜ ଦୁଃଖ ଜଣାଉଛନ୍ତି । ଭାରତୀୟ ଦଳ ଆଜି ସ୍ୱଦେଶ ଫେରିପାରେ ବୋଲି ଆକଳନ କରାଯାଉଛି । ଭାରତୀୟ କ୍ରିକେଟ ଟିମ୍ ସହ ବିସିସିଆଇ ସଚିବ ଜୟ ଶାହ, ଅନ୍ୟ ଷ୍ଟାଫ ଓ ମିଡିଆ ପର୍ସନ ମଧ୍ୟ ବାରବାଡୋସରେ ଫସି ରହିଛନ୍ତି ।

Get real time updates directly on you device, subscribe now.