fbpx
BJD SKY
BJD SKY

(Video) ଭାରତକୁ ମିଳିଲେ ପରବର୍ତ୍ତୀ MS Dhoni… ଟେଷ୍ଟରେ ମାହିଙ୍କ ସ୍ଥାନ ପୂରଣ କରିବେ ଏହି ଖେଳାଳି

BJD

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇ ସାରିଛନ୍ତି । ଏହାପରେ ମଧ୍ୟ ବିଭିନ୍ନ ସିରିଜ ଏବଂ ମ୍ୟାଚରେ ତାଙ୍କୁ ନେଇ ଖୁବ ଆଲୋଚନା ହୋଇଥାଏ । ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ମଧ୍ୟ ତାଙ୍କ ନାମରେ ଆଲୋଚନା କରିଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ଧୋନୀ ଟେଷ୍ଟରୁ ବିଦାୟ ନେବା ପରେ ଟିମ ଇଣ୍ଡିଆ ଆଉ ଜଣେ ଧୋନୀଙ୍କ ଅନୁସନ୍ଧାନରେ ରହିଥିଲା । ତେବେ ଭାରତର ଏହି ଅପେକ୍ଷା ଶେଷ ହୋଇଛି ବୋଲି କହିଛନ୍ତି ସୁନୀଲ ଗାଭାସ୍କର । ଟିମ ଇଣ୍ଡିଆକୁ ପରବର୍ତ୍ତୀ ଧୋନୀ ମିଳିଯାଇଥିବା ଗାଭାସ୍କର ବୟାନ ଦେଇଛନ୍ତି ।

ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ମଜବୁତ ସ୍ଥିତିରେ ରହିଛି ଭାରତ । ସିରିଜ ବିଜୟ ଲକ୍ଷ୍ୟରୁ ମାତ୍ର ୧୫୨ ରନ୍ ପଛରେ ରହିଛି ଟିମ ଇଣ୍ଡିଆ । ତେବେ ଏହି ମ୍ୟାଚ ବର୍ତ୍ତମାନ ରୋମାଞ୍ଚକର ସ୍ଥିତିରେ ପହଞ୍ଚାଇଥିବା ବେଳେ ପୂର୍ବତନ ଭାରତୀୟ ଖେଳାଳି ସୁନୀଲ ଗାଭାସ୍କରଙ୍କ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଚତୁର୍ଥ ଟେଷ୍ଟରେ ନୂଆ ୱିକେଟ କିପରି ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲଙ୍କୁ ଭାରତୀୟ ଦଳର ପରବର୍ତ୍ତୀ ଏମ.ଏସ ଧୋନୀ ବୋଲି କହିଛନ୍ତି ସୁନୀଲ ଗାଭାସ୍କର । ରୋହିତ, ଗିଲ୍, ଜାଡେଜା, ରଜତ ପାଟିଦାର ଏବଂ ସରଫରାଜଙ୍କ ଭଳି ଖେଳାଳି ଫେଲ ମାରିଥିବା ବେଳେ ଦମଦାର ଇନିଂସ ଖେଳିଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଧ୍ରୁବ ଜୁରେଲ । ଡେବ୍ୟୁର ଦ୍ୱିତୀୟ ମ୍ୟାଚରେ ହିଁ ସେ ଭାରତ ପାଇଁ ସଂକଟମୋଚକ ପାଲଟି ଯାଇଛନ୍ତି । ୭ଟି ୱିକେଟ ହରାଇ ଭାରତ ସଂଘର୍ଷ କରୁଥିବା ବେଳେ ୧୪୯ ବଲରେ ୯୦ ରନର ଇନିଂସ ଖେଳି ଧ୍ରୁବ ଟିମ ଇଣ୍ଡିଆକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି ।

କମେଣ୍ଟ୍ରି ସମୟରେ ସୁନୀଲ କହିଛନ୍ତି ଯେ, ଧ୍ରୁବଙ୍କ ମାଇଣ୍ଡ ପଢି ମୋତେ ଲାଗୁଛି ଯେ, ସେ ଭାରତ ପାଇଁ ଆଗାମୀ ଧୋନୀ ହୋଇପାରନ୍ତି । ଆଜି ସେ ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ନିଜ ଇନିଂସରେ ସେ କୌଣସି ଭୁଲ କରିନାହାନ୍ତି । ଏହି ଯୁବ ଖେଳାଳି ଭାରତ ପାଇଁ ଆସନ୍ତା ସମୟରେ ଅେଅନକ ଶତକ ହାସଲ କରିବେ । କାରଣ ଧ୍ରୁବଙ୍କ ‘ପ୍ରେଜେନ୍ସ ଅଫ୍ ମାଇଣ୍ଡ’ ଖୁବ ସୁନ୍ଦର । ସୂଚନା ଥାଉ କି, ଧ୍ରୁବ ଜୁରେଲ ମଧ୍ୟ ଧୋନୀଙ୍କୁ ନିଜର ପ୍ରେରଣା ବୋଲି କହିଛନ୍ତି । ଆଇପିଏଲ-୨୦୨୩ ସମୟରେ ଧ୍ରୁବ ଏବଂ ଧୋନୀ ପରସ୍ପର ମଧ୍ୟରେ କଥା ହେଉଥିବାର ମଧ୍ୟ ଦେଖାଯାଇଛି ।

Get real time updates directly on you device, subscribe now.