fbpx

(Video) ‘Mission-2024’ରେ ବାହାରିଲା ଟିମ ଇଣ୍ଡିଆ: ଆମେରିକା ଅଭିମୁଖେ ରୋହିତ-ଜାଡେଜା ସମେତ ଏହି ଖେଳାଳି

AAKASH

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ-୨୦୨୪ । ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଏହି ଟି-୨୦ ମେଗା ଇଭେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଆଜି ଭାରତୀୟ ଦଳ ବିଶ୍ୱକପ ଗସ୍ତରେ ଯାତ୍ରା ଆରମ୍ଭ କରିଛି । ତେବେ ପ୍ରଥମ ବ୍ୟାଚରେ ଟି-୨୦ ବିଶ୍ୱକପ ପାଇଁ ଯାତ୍ରା ଆରମ୍ଭ କରିଛି ଟିମ ଇଣ୍ଡିଆ । ଜୁନ୍ ୫ ତାରିଖରେ ଆୟରଲାଣ୍ଡ ବିପକ୍ଷରେ ରୋହିତ ସେନା ନିଜ ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି । ଅଧିନାୟକ ରୋହିତ ଶର୍ମା, ହେଡ କୋଚ୍ ରାହୁଲ ଦ୍ରାବିଡଙ୍କ ସମେତ ଅନ୍ୟ ଖେଳାଳି ନ୍ୟୁୟର୍କ ଗସ୍ତରେ ଯାଇଛନ୍ତି ।

ଟି-୨୦ ବିଶ୍ୱକପ ପାଇଁ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଅନେକ ଖେଳାଳି ପ୍ରଥମ ପର୍ଯ୍ୟାୟରେ ନ୍ୟୁୟର୍କ ଗସ୍ତରେ ଯାତ୍ରା କରିଛନ୍ତି । ଏମାନଙ୍କ ମଧ୍ୟରେ ରୋହିତ ଶର୍ମା, ରାହୁଲ ଦ୍ରାବିଡ, ଜଶପ୍ରୀତ ବୁମରାହ, ରବିନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ଶିବମ ଦୁବେ, ଋଷଭ ପନ୍ତ ଏବଂ ଅନ୍ୟ କୋଚିଂ ଷ୍ଟାଫ୍ ସାମିଲ ରହିଛନ୍ତି । ଟିମ ଇଣ୍ଡିଆର ଅଧିନାୟକ ରୋହିତଙ୍କ ସହିତ ଜାଡେଜା, ବୁମରାହ, ସୂର୍ଯ୍ୟକୁମାର ଏବଂ ଅନ୍ୟ କୋଚିଂ ଷ୍ଟାଫଙ୍କୁ ଏୟାରପୋର୍ଟରେ ଦେକାଯାଇଛି । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ଖେଳାଳି ନ୍ୟୁୟର୍କ ଗସ୍ତରେ ଯିବେ ।

Get real time updates directly on you device, subscribe now.