fbpx

ବେନି ଜନେ ସମ ଦଶା… ପରାଜୟର ଦ୍ୱାରଦେଶରେ ଟିମ ଇଣ୍ଡିଆ: କିଏ ହାତେଇବ ଟ୍ରଫି?

Advertisement

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ସିନିୟର ଦଳ ଭଳି ପରିସ୍ଥିତିରେ ଫସି ଯାଇଛି ଭାରତର ଅଣ୍ଡର-୧୯ ଦଳ । ଅଷ୍ଟ୍ରେଲିଆ ଦେଇଥିବା ୨୫୪ ରନର ଲକ୍ଷ୍ୟକୁ ପିଛା କରି ସଂଘର୍ଷ କରୁଛି ଉଦୟ ସେନା । ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତକୁ ୨୫୪ ରନ ବିଜୟ ଲକ୍ଷ୍ୟ ମିଳିଥିବା ବେଳେ ମାତ୍ର ୧୨୩ ରନରେ ୮ଟି ୱିକେଟ ହରାଇ ସାରିଲାଣି ଟିମ ଇଣ୍ଡିଆ । ବର୍ତ୍ତମାନ ସୁଦ୍ଧା ଟ୍ରଫି ଭାରତଠାରୁ ୧୩୧ ରନ୍ ପଛରେ ରହିଛି । ଭାରତର ଏଭଳି ଦୁର୍ବଳ ପ୍ରଦର୍ଶନ ପରେ କ୍ରିଡ଼ାପ୍ରେମୀଙ୍କ ଆଶା ଭାଙ୍ଗିଯାଇଛି । ସିନିୟର ଦଳ ଅଷ୍ଟ୍ରେଲିଆ ପାଖରୁ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚରେ ହାରିବା ପରେ ଅଣ୍ଡର-୧୯ ଦଳ ମଧ୍ୟ ଅଷ୍ଟ୍ରେଲିଆ ସହ ଫାଇନାଲ ଖେଳି ପରାଜୟର ନିକଟତର ହୋଇଛି ।

୨୦୨୩ ଦିନିକିଆ ବିଶ୍ୱକପରେ ଭାରତର ସିନିୟର ଦଳ ଦମଦାର ପ୍ରଦର୍ଶନ କରିଥିବା ବେଳେ ଫାଇନାଲ ମ୍ୟାଚରେ ବିଜୟ ହାସଲ କରିବାରେ ବିଫଳ ହୋଇଥିଲା । ଫଳରେ ୧୨ ବର୍ଷରେ ଚମ୍ପିଆନ୍ ହେବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା ରୋହିତ ସେନା । ସେହିପରି ଆଜି ଅଣ୍ଡର-୧୯ ଦଳ ମଧ୍ୟ ଏକ ସୁଯୋଗ ହାତଛଡ଼ା କରିବ ବୋଲି ଆଶଙ୍କା କରାଯାଉଛି । ବିଶ୍ୱକପ ହାରିବାର ୮୪ ଦିନ ପରେ ଭାରତକୁ ଅଷ୍ଟ୍ରେଲିଆଠାରୁ ପ୍ରତିଶୋଧ ନେବାର ସୁଯୋଗ ମିଳିଥିଲା । କିନ୍ତୁ ଏହି ସୁଯୋଗର ଫାଇଦା ଉଠାଇବାରେ ଫେଲ ହେଉଛନ୍ତି ଟିମ ଇଣ୍ଡିଆର ବ୍ୟାଟର ।

ବିଜୟ ଲକ୍ଷ୍ୟରୁ ୧୩୧ ରନ୍ ପଛରେ ଥିଲେ ମଧ୍ୟ ଭାରତ ନିଜର ମୂଲ୍ୟବାନ୍ ୮ଟି ୱିକେଟ ହରାଇ ସାରିଛି । ଅଧିନାୟକ ଉଦୟ ସହାରନ୍ ଏବଂ ଷ୍ଟାର ବ୍ୟାଟର ସଚିନ୍ ଧସ ମଧ୍ୟ ବଡ଼ ପାଳି ଖେଳିବାରେ ବିଫଳ ହୋଇଛନ୍ତି । ଦଳର ଓପନର ବ୍ୟାଟ୍ସମ୍ୟାନ ଆଦର୍ଶ ସିଂହ ଗୋଟିଏ ପକ୍ଷରେ ଲଢୁଥିବା ବେଳେ ଅନ୍ୟ ପକ୍ଷରୁ ଲଗାତାର ୱିକେଟ ହରାଇଛି ଟିମ ଇଣ୍ଡିଆ । ଫଳରେ ବିଶ୍ୱକପ ବିଜୟ ପାଇଁ ଏବେ ସଂଘର୍ଷ କରୁଛି ଉଦୟ ସେନା ।

Get real time updates directly on you device, subscribe now.