fbpx
BSKY
BJD SHG SKY
BJD YOUTH SKY

୧୫୦ ରନ୍ ପୂର୍ବରୁ ପାଭିଲିୟନ ଫେରିଲା ଟିମ ଇଣ୍ଡିଆ: ପ୍ରବଳ ବର୍ଷା ଯୋଗୁଁ ଅଧାରେ ଅଟକିଛି ମ୍ୟାଚ୍

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ନିଜ ଦବଦବା ଜାହିର କରିଛି । ଦୁଇ ଓପନର ରୋହିତ ଶର୍ମା ଏବଂ ଶୁଭମନ ଗିଲ ଦମଦାର ଅର୍ଦ୍ଧଶତକ ହାସଲ କରିବା ପରେ ପାଭିଲିୟନ ଫେରିଥିବା ବେଳେ ଦଳର ମଙ୍ଗ ଧରିଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ କେ.ଏଲ ରାହୁଲ । ତେବେ ଭାରତର ସ୍କୋର ୧୫୦ ରନ୍ ପାଖା ପାଖି ପହଞ୍ଚିଥିବା ବେଳେ ଉଭୟ ଖେଳାଳି ପାଭିଲିୟନ ଫେରିଛନ୍ତି । ପୁଣିଥରେ ଏହି ମହାମୁକାବିଲାରେ ବର୍ଷା ବାଧା ଦେଇଛି । ପ୍ରବଳ ବର୍ଷା ଯୋଗୁଁ ମ୍ୟାଚକୁ ଅଧାରେ ରୋକାଯାଇଛି ।

ସୁପର-୪ ଷ୍ଟେଜର ତୃତୀୟ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚରେ ପୁଣିଥରେ ବର୍ଷାର ଝଲକ ଦେଖିବାକୁ ମିଳିଛି । ମ୍ୟାଚ ମଝିରେ ପ୍ରବଳ ବର୍ଷା ଯୋଗୁଁ ଅଧାର କେଳ ରୋକିବା ପାଇଁ ବାଧ୍ୟ ହୋଇଛନ୍ତି ମ୍ୟାଚ ରେଫରୀ । ତେବେ ମ୍ୟାଚରେ ବ୍ରେକ ବେଳକୁ ଭାରତ ୨୪.୧ ଓଭରରେ ୧୪୭ ରନ ସଂଗ୍ରହ କରିଛି । ରୋହିତ ଏବଂ ଶୁଭନଙ୍କ ଦମଦାର ଅର୍ଦ୍ଧଶତକ ପରେ ରାହୁଲ-ବିରାଟ ଭାରତୀୟ ପାଳିକୁ ସମ୍ଭାଳିଛନ୍ତି । ତେବେ ବିରାଟ ୧୬ଟି ବଲରୁ ୮ ରନ୍ କରିଥିବା ବେଳେ କମବ୍ୟାକ କରୁଥିବା ରାହୁଲ ୨୮ ବଲରୁ ୧୭ ରନ୍ କରି ଅପରାଜିତ ରହିଛନ୍ତି । ତେବେ ଆଜି ଏହି ମ୍ୟାଚରେ ଉଭୟଙ୍କ ବ୍ୟାଟରୁ ବଡ଼ ପାଳି ଆଶା କରୁଛନ୍ତି ଦର୍ଶକ । ତେବେ ପାକିସ୍ତାନ ପକ୍ଷରୁ ଶାଦବ ଖାନ ଏବଂ ଶାହୀନ ଆଫ୍ରିଦି ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ସେପଟେ ଟସ୍ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ବାବରଙ୍କ ପାଇଁ ମହଙ୍ଗା ପଡ଼ିଛି । ଅଧିନାୟକ ରୋହିତ ଶର୍ମା ଏବଂ ଶୁଭମନ ଗିଲ ଭାରତ ପାଇଁ ଦମଦାର ଓପନିଙ୍ଗ କରିଛନ୍ତି । ଉଭୟଙ୍କ ବ୍ୟାଟରୁ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ୧୪ ଓଭରରେ ହିଁ ୧୦୦ ରନ୍ ଅତିକ୍ରମ କରିଛି । ତେବେ ଏହାପରେ ଉଭୟ ଖେଳାଳି ଲଗାତାର ଦୁଇ ଓଭରରେ ପାଭିଲିୟନ ଫେରିଛନ୍ତି । ରୋହିତ ୫୬ ରନ୍ କରି ଆଉଟ ହୋଇଥିବା ବେଳେ ଗିଲ ୫୮ ରନ୍ କରି ଶାହୀନ ଆଫ୍ରିଦିଙ୍କ ଶିକାର ପାଲଟିଛନ୍ତି । ଏହାପରେ କ୍ରିଜରେ ବର୍ତ୍ତମାନ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ କେ.ଏଲ ରାହୁଲ ପାଳିକୁ ଆଗେଇ ନେବାର ଗୁରୁ ଦାୟିତ୍ୱ ସମ୍ଭାଳିଛନ୍ତି ।

Get real time updates directly on you device, subscribe now.