fbpx

(Video) ଟିମ ଇଣ୍ଡିଆର ପୂର୍ବତନ ବିଶ୍ୱକପ୍ ବିଜେତା, ମନ୍ଦିରରେ ପୋଛା ମାରୁଛନ୍ତି: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ୨୦୧୧ ବିଶ୍ୱ ଚମ୍ପିଆନ୍ ଟିମ ଇଣ୍ଡିଆର ଅଧିକାଂଶ କ୍ରିକେଟର ବର୍ତ୍ତମାନ ଅବସର ଗ୍ରହଣ କରି ସାରିଛନ୍ତି । ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସମେତ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ସାରିଲେଣି । ବର୍ତ୍ତମାନ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଛନ୍ତି । ସେହିଭଳି ଦଳର ପୂର୍ବତନ ଷ୍ଟାର ଓପନର ଗୌତମ ଗମ୍ଭୀରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏକ ମନ୍ଦିର ପ୍ରାଙ୍ଗଣରେ ସେ ପୋଛା ମାରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଆସନ୍ତା ୨୨ ତାରିଖରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଦେଶ ଏବେ ଉତ୍ସବମୁଖର ହୋଇପଡ଼ିଛି । ତୀର୍ଥସ୍ଥାନ ଗୁଡ଼ିକୁ ପ୍ରାଚୀନ କରିବା ପାଇଁ ଦେଶବ୍ୟାପୀ ସ୍ୱଚ୍ଛ ମନ୍ଦିର ଅଭିଯାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ବିଜେପିର ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ସ୍ୱୀକାର କରିଛନ୍ତି । ତେଣୁ କରୋଲବାଗ ସ୍ଥିତ ଶିବ ମନ୍ଦିରରେ ସଫେଇ କାର୍ଯ୍ୟକ୍ରମ କରିଛନ୍ତି । ଏହି ମନ୍ଦିରରେ ସେ ପୋଛା ଲଗାଉଥିବାର ଦେଖାଯାଇଛି । ରାମ ମନ୍ଦିରରେ ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ କୋଟି କୋଟି ଲୋକ ଅପେକ୍ଷା କରି ରହିଛନ୍ତି । ଏହି ପରିପ୍ରକ୍ଷୀରେ ଦେଶବ୍ୟାପୀ ଲୋକମାନଙ୍କୁ ମକର ସଂକ୍ରାନ୍ତିରୁ ଜାନୁୟାରୀ ୨୨ ତାରିଖ ପର୍ଯ୍ୟନ୍ତ ଛୋଟ ତୀର୍ଥସ୍ଥଳୀଗୁଡ଼ିକରେ ସଫେଇ ଅଭିଯାନ ଆରମ୍ଭ କରିବା ପାଇଁ ଆହ୍ୱାନ କରିଛନ୍ତି ।

ଅଯୋଧ୍ୟା ବାସିନ୍ଦାଙ୍କୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଅଯୋଧ୍ୟାକୁ ଆସିବେ। ଅଯୋଧ୍ୟା ବାସିନ୍ଦାମାନେ ରାମନଗରୀକୁ ଭାରତର ସବୁଠାରୁ ପରିଷ୍କାର ସହର କରିବା ପାଇଁ ପ୍ରତିଶ୍ରୁତି ଦେବା ଉଚିତ୍। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭଗବାନ ରାମ ସମସ୍ତଙ୍କର ଏବଂ ପ୍ରଭୁ ରାମ ଆସିବା ସମୟରେ କୌଣସି ମନ୍ଦିର କିମ୍ବା ତୀର୍ଥସ୍ଥାନ ଅପରିସ୍କାର ରହିବା ଉଚିତ ନୁହେଁ। ତେଣୁ ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଆରମ୍ଭ କରାଯାଇଛି ।

Get real time updates directly on you device, subscribe now.