fbpx

Asian Champions Trophy; ଟିମ ଇଣ୍ଡିଆର ଜଲୱା: ଚୀନ ପରେ ୫-୧ରେ ଭାରତ ଆଗରେ ଜାପାନ ଚିତପଟାଙ୍ଗ

ନୂଆଦିଲ୍ଲୀ: ଏସିଆନ୍ ଚମ୍ପିଆନ୍ସ ଟ୍ରଫିରେ ଭାରତୀୟ ହକି ଦଳ ଦମଦାର ପ୍ରଦର୍ଶନ ଜାରି ରଖିଛି । ଚୀନକୁ ଚକମା ଦେବା ପରେ ଏବେ ଜାପାନକୁ ମଧ୍ୟ ପରାସ୍ତ କରିଛି ହକି ଦଳ । ପୁରୁଷ ଏସିଆନ୍ ଚମ୍ପିଆନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଜାପାନ ବିପକ୍ଷରେ ୫-୧ରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଷ୍ଟାର ଖେଳାଳି ସୁଖଜୀତ ସିଂହ ମ୍ୟାଚରେ ଟିମ ଇଣ୍ଡିଆ ପାଇଁ ବିଜୟର ହିରୋ ପାଲଟିଛନ୍ତି । ମ୍ୟାଚର ଦ୍ୱିତୀୟ ମିନିଟରେ ହିଁ ଭାରତକୁ ପ୍ରଥମ ଗୋଲ୍ ଭାବରେ ସଫଳତା ଦେଇଥିଲେ । ଏହାପରେ ୬୦ ମିନିଟରେ ଆଉ ଏକ ଗୋଲ ମଧ୍ୟ କରିଥିଲେ ସୁଖଜୀତ ସିଂହ ।

ସୁଖଜୀତଙ୍କ ବ୍ୟତୀତ ଅଭିଷେକ ତୃତୀୟ ଏବଂ ସଞ୍ଜୟ ୧୭ତମ ମିନିଟରେ ଗୋଲ ହାସଲ କରିଥିବା ବେଳେ ଉତ୍ତମ ସିଂହ ୫୪ତମ ମିନିଟରେ ଗୋଲ ହାସଲ କରି ଭାରତକୁ ମ୍ୟାଚରେ କବଜା କରିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି । ତେବେ ଜାପାନ ପକ୍ଷରୁ ୪୧ତମ ଚମିନିଟରେ ମାତ୍ସୁମୋତୋ କାଜୁମାସା ମ୍ୟାଚରେ ଏକମାତ୍ର ଗୋଲ କରିବାରେ ସଫଳ ହୋଇଛନ୍ତି । କିନ୍ତୁ ଏହି ଗୋଲ ଭାରତ ଉପରେ ଚାପ ପକାଇ ପାରି ନଥିଲା । ୪ ଥର ଚମ୍ପିଆନ୍ ସାଜିଥିବା ଟିମ ଇଣ୍ଡିଆ ଏହାପୂର୍ବରୁ ଚୀନକୁ ୩-୦ରେ ପରାସ୍ତ କରିସାରିଛି । ହରମନପ୍ରୀତ ସିଂହଙ୍‌କ ନେତୃତ୍ୱରେ ଚୀନ ଏବଂ ଜାପାନ ଉପରେ ଏକତରଫା ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ତେବେ ଆଗାମୀ ମ୍ୟାଚରେ ଗତବର୍ଷର ରନର୍ସ ଅପ୍ ଦଳ ମାଲେସିଆକୁ ଭେଟିବ ଭାରତ ।

Get real time updates directly on you device, subscribe now.