fbpx

ତେଲେଙ୍ଗାନା ନିର୍ବାଚନ; ୪୫ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

Advertisement

ହାଇଦ୍ରାବାଦ: (ଓଡ଼ିଶା ଭାସ୍କର) ଆଗାମୀ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ୪୫ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ । ମହମ୍ମଦ ଆଝାରୁଦ୍ଦିନଙ୍କୁ ରାଜ୍ୟର ହାଇଦ୍ରାବାଦ ସହରର ଜୁବିଲି ହିଲ୍ସ ଆସନରୁ ପ୍ରାର୍ଥୀ କରାଯାଇଛି । ସେହିପରି ପୂର୍ବତନ ସାଂସଦ ମଧୁ ଗୌର ୟାକ୍ଷୀଙ୍କୁ ଲାଲ ବାହାଦୁର ନଗର ଆସନରୁ ଟିକେଟ ଦିଆଯାଇଛି । ସେହିପରି ପୂଜାଲା ହରିକୃଷ୍ଣଙ୍କୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ଙ୍କ ସାମ୍ନାରେ ସିଦ୍ଦିପେଟ ଆସନରୁ ଟିକେଟ ଦିଆଯାଇଛି । ଏହାବ୍ୟତୀତ କେ ରାଜଗୋପାଳ ରେଡ୍ଡୀଙ୍କୁ କଂଗ୍ରେସ ମୁନୁଗୋଡେରୁ, ମୁରଲୀ ନାଏକଙ୍କୁ ମହବୁବାବାଦରୁ ଏବଂ ରବିନ୍ ରେଡ୍ଡୀଙ୍କୁ ଆମ୍ବରପେଟରୁ ପ୍ରାର୍ଥୀ କରିଛି କଂଗ୍ରେସ ।

ତେଲେଙ୍ଗାନାର ୧୧୯ ଟି ଆସନରୁ ୧୦୦ ଟିଆସନରେ କଂଗ୍ରେସ ଦଳ ପ୍ରାର୍ଥୀ ଦେଇଛି । ନଭେମ୍ବର ୩୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଆସନ ପାଇଁ ମତଦାନ ହେବ । ଡିସେମ୍ବର ୩ତାରିଖରେ ଭୋଟ୍ ଗଣତି ହେବ । ତେଲେଙ୍ଗାନାରେ ହୋଇଥିବା ୨୦୧୮ ବିଧାନସଭା ନିର୍ବାଚନରେ କେସିଆର୍ଙ୍କ ବିଆର୍ଏସ୍ (ତତ୍କାଳୀନ ଟିଆରଏସ୍) ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ବିଆର୍ଏସ୍ ୧୧୯ ଟି ଆସନରୁ ୮୮ ଟିରେ ବିଜୟୀ ହୋଇଥିଲା । ସେହିପରି କଂଗ୍ରେସ ୧୯ ଟି ଆସନରେ ସୀମିତ ରହିଥିଲା ।

ଏହାବ୍ୟତୀତ ଅସଦୁଦ୍ଦିନ ଓୱେସିଙ୍କ ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ୭ ଟି ଆସନରେ ବିଜୟୀ ହୋଇଛି । ବିଜେପି ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିଲା ।

Get real time updates directly on you device, subscribe now.