fbpx
BJD SKY
BJD SKY

ଗରମରେ ଝଲସୁଛି ରାଜଧାନୀ: ସକାଳ ୮.୩୦ଟା ସୁଦ୍ଧା ତାପମାତ୍ରା ୩୫ ଡିଗ୍ରୀ ପାର, ଝାରସୁଗୁଡା ସବୁଠୁ ଉତ୍ତପ୍ତ

BJD

ଭୁବନେଶ୍ୱର: ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ସାରା ରାଜ୍ୟକୁ କବଳିତ କରି ନେଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ପାରଦ ଖୁବ ଉପରେ ରହିଛି । ଆକାଶରୁ ଗରମ ନିଆଁ ବର୍ଷିଲା ଭଳି ବର୍ଷୁଛି ଖରା । ତାତି ପବନ ସାଙ୍ଗକୁ ଗୁଳୁଗୁଳି ରାଜ୍ୟବାସୀଙ୍କୁ କଲବଲ କରୁଛି । ଆଜି ସକାଳ ୮.୩୦ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରି ସାରିଲାଣି ।

ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ସକାଳ ସାଢେ ୮ଟା ସମୟରେ ଭୁବନେଶ୍ୱରର ତାପମାତ୍ରା ୩୫.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ଆର୍ଦ୍ରତା ରହିଛି ୫୪% । ତେବେ ଗତକାଲି ଏହି ସମୟରେ ତାପମାତ୍ରା ୩୪.୨ ଡିଗ୍ରୀ ଥିବା ବେଳେ ଆର୍ଦ୍ରତା ୭୩% ରହିଥିଲା । ତେବେ ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବରେ ଉଭା ହୋଇଛି । ସହରରେ ସର୍ବାଧିକ ତାପମାତ୍ରା ୩୬.୬ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁରରେ ତାପମାତ୍ରା ରହିଛି ୩୬.୨ ଡିଗ୍ରୀ ସେଲସିୟସ । ଏହାବ୍ୟତୀତ ହୀରାକୁଦର ତାପମାତ୍ରା ମଧ୍ୟ ୩୫.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳ ପୁରୀ ଓ ଚାନ୍ଦବାଲିରେ ୩୪ କେନ୍ଦୁଝରରେ ୩୩ ଡିଗ୍ରୀ ସେଲସିୟସରେ ରହିଛି ପାରଦ । ତେବେ ଦିନର ଆରମ୍ଭରୁ ତାପମାତ୍ରା ଏତେ ଅଧିକ ହୋଇତିବା ବେଳେ ଆଗକୁ ଅଜିର ତାପମାତ୍ରା ରେକର୍ଡ କରିବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.