fbpx

ରାଜ୍ୟରେ କମୁଛି ତାପମାତ୍ରା, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର,୭ ।୧୧(ଓଡିଶା ଭାସ୍କର): ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା କମିବାରେ ଲାଗିଛି । ଉତ୍ତର ଓଡିଶାର ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ଖସିବା ସମ୍ଭରବନା ରହିଛି । ଦକ୍ଷିଣ ଓଡିଶା ଜିଲ୍ଲାଗୁଡିକରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ଖସିବାର ସମ୍ଭାବନା ରହିଛି ।

ତେବେ ରାଜ୍ୟର ୫ଟି ସ୍ଥାନର ତାପମାତ୍ରା ୧୫ଡିଗ୍ରୀ ସେଲସିୟସ ତଳେ ରହିଛି ।୧୧.୮ ଡିଗ୍ରୀ ସହ ସର୍ବନିମ୍ନ ତାପମାତ୍ରାରେ ରହିଛି ସୋନପୁର । ଅନୁଗୁଳ ୧୨.୬, ଦାରିଙ୍ଗିବାଡି ୧୪, ଝାରସୁଗୁଡା ୧୪.୧, କେନ୍ଦୁଝର ୧୫, ଭୁବନେଶ୍ୱର ୨୦.୬, କଟକ ୧୯ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

Get real time updates directly on you device, subscribe now.