fbpx

ତାତୁଛି ଓଡିଶା! ୪୦ ଡିଗ୍ରୀ ଉପରେ ୧୭ଟି ସହରର ତାପମାତ୍ରା

AAKASH

ଭୁବନେଶ୍ୱର,୨୫ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟର ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୩,୨ ଡିଗ୍ରୀ ସହ ଭୁବନେଶ୍ୱର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ।

ସେହିପରି ବୌଦ୍ଧରେ ୪୨.୫, ବାରିପଦାରେ ୪୨.୪, ଟିଟିଲାଗଡରେ ୪୨ ଡିଗ୍ରୀ, ଝାରସୁଗୁଡାରେ ୪୧.୮, ନୟାଗଡ ଓ ସମ୍ବଲପୁରରେ ୪୧.୫ ଡିଗ୍ରୀ, ବଲାଙ୍ଗିରରେ ୪୧.୨, ତାଳଚେରରେ ୪୧.୧, ସୋନପୁର ଓ ସୁନ୍ଦରଗଡରେ ୪୧ ଡିଗ୍ରୀ, ଅନୁଗୁଳ ଓ ବାଲେଶ୍ୱରରେ ୪୦.୯, କଟକରେ ୪୦.୮, ଭବାନୀପାଟଣାରେ ୪୦.୬, ହୀରାକୁଦରେ ୪୦,୩ ଓ ମାଲକାନଗିରିରେ ତାତି ୪୦ ଡିଗ୍ରୀ ସେଲସିଅସ୍ ହୋଇଥିବା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.