fbpx

ମନ୍ଦିରକୁ ବି ଛାଡିଲେନି! ନାଁ ରଖିଲେ ’କରୋନା ମହାଦେବ’

ସାରା ଦେଶରେ କରୋନା ଭାଇରସ୍ ବଢିଚାଲିଥିବା ବେଳେ ଏହାକୁ ନେଇ ଲୋକେ ଛାନିଆ । ଏଥିପାଇଁ ସେମାନେ ଭଗବାନଙ୍କୁ ମଧ୍ୟ ଛାଡୁନାହାନ୍ତି । କରୋନାକୁ ଏଡାଇବା ପାଇଁ ମଧ୍ୟପ୍ରଦେଶ ବେତୁଲରେ ଏକ ପ୍ରାଚୀନ ମନ୍ଦିରର ନାମ ‘କରୋନା ମହାଦେବ’ରଖାଯାଇଛି । ଏହାକୁ କୌଣସି ସାଧାରଣ ଲୋକ ନୁହେଁ, ବରଂ ଜଣେ ପୋଲିସ ଅଧିକାରୀ ନବୀକରଣ କରିଛନ୍ତି । ଅବସର ସମୟରେ ସେ ମନ୍ଦିରକୁ କରୋନାର ମହାଦେବ ଭାବେ ନାମିତ କରିଛନ୍ତି ।

ମଧ୍ୟପ୍ରଦେଶର ବେତୁଲା ଜିଲ୍ଲା ମୁଖ୍ୟାଳୟଠାରୁ ୩୫ କିଲୋମିଟର ଦୂରରେ ଥିବା ଚିଚୋଲ ପୋଲିସ ଷ୍ଟେସନର ପରିସରରେ ଥିବା ଏହି କରୋନା ମହାଦେବ ମନ୍ଦିର ଏବେ ଲୋକଙ୍କ ପାଇଁ କୌତୂହଳର ବିଷୟ ପାଲିଟିଛି । ଲକଡାଉନ ଚାଲିଥିବାରୁ ମନ୍ଦିର ଭିତରେ ଅଧିକ ଲୋକଙ୍କୁ ପୂଜାର୍ଚ୍ଚନା କରିବାକୁ ଅନୁମତି ଦିଆଯାଉନାହିଁ । ଜଣେ କି ଦୁଇ ଜଣ ଲୋକ ଏଠାରେ ପୂଜା କରିବାକୁ ପହଞ୍ଚୁଛନ୍ତି । ସେଠାରେ ବିଶ୍ୱାସ ରହିଛି ଯେ, ବିରଜିତ ମହାକାଳଙ୍କ ଯୋଗୁଁ ଅଞ୍ଚଳରେ କୌଣସି କରୋନା ପଜିଟିଭ୍ ମାମଲା ସାମନାକୁ ଆସିନାହିଁ । ଭଗବାନଙ୍କ କୃପାରୁ ଚିଚୋଲ ଅଞ୍ଚଳ କରୋନା ମୁକ୍ତ ହେବା ସହ ସମଗ୍ର ଅଞ୍ଚଳରେ କୌଣସି ଅଘଟଣ ଘଟିନାହିଁ ।

Get real time updates directly on you device, subscribe now.