fbpx
BJD
BJD SKY
BJD SKY

ପୁଣି ମାତିଲା Adeno Virus: ଚାଲିଗଲା ୧୦ ଶିଶୁଙ୍କ ଜୀବନ, ରୋଗୀକୁ ଛୁଇଁଲେ, ହାତ ମିଳାଇଲେ ସଂକ୍ରମଣ ବ୍ୟାପୁଛି, ଲକ୍ଷଣ କ’ଣ

BJD

ନୂଆଦିଲ୍ଲୀ: କରୋନା ଭାଇରସ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିବା ପରେ ଏହା ମଧ୍ୟରେ ନୂଆ ନୂଆ ଭାଇରସ୍ ସାମ୍ନାକୁ ଆସୁଛି । ତେବେ ନିକଟରେ ଏଡିନୋ ଭାଇରସକୁ ନେଇ ଭାରତରେ ନୂଆ ବିପଦ ସୃଷ୍ଟି ହୋଇଛି । ଗତ ୪୮ ଘଣ୍ଟା ମଧ୍ୟରେ ଏଡିନୋ ଭାଇରସରେ ୧୦ ଜଣ ନବଜାତ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ବୟସ ୩ ବର୍ଷ ମଧ୍ୟରେ ରହିଥିବା ବେଳେ ସେମାନଙ୍କଠାରେ ଏଡିନୋ ଭାଇରସର ଲକ୍ଷଣ ଦେଖିବାକୁ ମିଳିଥିଲା ।

ସୂଚନା ମୁତାବକ, କୋଲକାତା ୨ଟି ହସ୍ପିଟାଲରେ ୪ ଜଣ ଓ ବାଙ୍କୁରା ମେଡିକାଲରେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଏହାଫଳରେ ଗତ ଦୁଇମାସ ମାସରେ ଏଡିନୋ ଭାଇରସ କାରଣରୁ ମୃତ୍ୟୁସଂଖ୍ୟା ୪୫ରେ ପହଞ୍ଚି ଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜାରି କରିଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ଭାଇରସ କାରଣରୁ ୧୨ ଜଣ ମୃତ୍ୟୁବରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ଅନ୍ୟ ବିମାରୀ କାରଣରୁ ପ୍ରାଣ ହରାଇଥିବା ଏକ ସରକାରୀ ବୟାନରେ କୁହାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଗତ ମ ୨୦ ତାରିଖରେ ପଶ୍ଚିମବଙ୍ଗରେ ଏଡିନୋ ଭାଇରସ କାରଣରୁ ୧୧ ଜଣ ଶିଶୁ ମୃତ୍ୟୁବରଣ କରିଥିଲେ । ଜ୍ୱର, କାଶ ଓ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବା ପରେ ଯାଞ୍ଚ ପରେ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା । ଯେଉଁ ପିଲାମାନେ ସର୍ବଦା ସୁସ୍ଥ ଥାଆନ୍ତି ସେମାନେଙ୍କୁ ଏହି ଭାଇରସ୍ ଆକ୍ରମଣ କରିବା ପରେ ଜୀବନ ପ୍ରତି ବିପଦ ବଢ଼ିଯାଇଥାଏ ବୋଲି ଆମେରିକାର ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ ପକ୍ଷରୁ କୁହାଯାଇଥିଳା । ଏହି ଭାଇରସ ବିଭିନ୍ନ ପ୍ରକାର ଭାଇରସର ଏକ ଗ୍ରୁପ ହୋଇଥିବା ବେଳେ ଏହା ଆଖି, ଫୁସଫୁସ, ଅନ୍ତନଳୀ, ସ୍ନାୟୁ ସିଷ୍ଟମ, ମୂତ୍ରନଳୀ ଓ ଶ୍ୱାସନଳୀକୁ ସଂକ୍ରମିତ କରିପାରେ । ବୟସ୍କଙ୍କ ଅପେକ୍ଷା ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଭାଇରସ୍ ଅଧିକ ସଂକ୍ରମିତ କରିଥାଏ । ଇମ୍ୟୁନ ସିଷ୍ଟମ ଦୁର୍ବଳ ଥିବା ପିଲାମାନଙ୍କୁ ଭାଇରସ୍ ବେଶି ଶିକାର କରିଥାଏ ।

ଏଡିନୋ ଭାଇରସର ଲକ୍ଷଣ ଫ୍ଲୁ ପରି ହୋଇଥାଏ । ବର୍ଷର ଯେ କୌଣସି ସମୟରେ ଏହା ବ୍ୟାପିପାରେ । ସଂକ୍ରମିତଙ୍କୁ ଛୁଇଁଲେ, ହାତ ମିଳାଇଲେ, ସଂକ୍ରମିତଙ୍କ କୌଣସି ଜିନିଷକୁ ଧରିଲେ, ବାୟୁରେ ଥିବା କାଶ ଡ୍ରପଲେଟ ଦ୍ୱାରା ଏହା ବ୍ୟାପିଥାଏ । ସେଥିପାଇଁ ପରିଷ୍କାର ପରିଚ୍ଛନ୍ନ ରହିବାକୁ ପରାମର୍ଶ ଦିଆଯାଇଛି । ରୋଗୀଠାରେ ନିଃଶ୍ୱାସ ସମସ୍ୟା, ବାନ୍ତି ଆସିବା, ଆଖି ଲାଲ, ପେଟ ଯନ୍ତ୍ରଣା, କାଶ, ଡାଇରିଆ, ଶ୍ୱାସନଳୀରେ ସୂଜନ, ଗଳା ସମସ୍ୟା, ଜ୍ୱର ଆଦି ଦେଖାଦେଇଥାଏ । ଏହିସବୁ ଲକ୍ଷଣ ଦେଖାଦେବା ମାତ୍ରେ ରକ୍ତ, ପରିସ୍ରା, ମଳ ପରୀକ୍ଷା କରିବାକୁ କୁହାଯାଉଛି । ଏଥିସହିତ ଶ୍ୱାସକ୍ରିୟା ସମସ୍ୟା ଦେଖାଦେଲେ ଛାତି ଏକ୍ସରେ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଭାଇରସର କୌଣସି ମେଡିସିନ ବାହାରି ନଥିବାବେଳେ କେବଳ ସାଧାରଣ ଔଷଧର ପ୍ରୟୋଗ କରି ଲକ୍ଷଣକୁ କଣ୍ଟ୍ରୋଲ କରିବାକୁ ଡାକ୍ତରମାନେ ପ୍ରୟାସ କରିଥାନ୍ତି ।

Get real time updates directly on you device, subscribe now.