fbpx

ସ୍କୁଲରେ ଆତଙ୍କୀ ଆକ୍ରମଣ ; ଷ୍ଟାଫ୍ ରୁମ ରେ ଆଖିବୁଜା ଗୁଳିମାଡ, ୭ ଜଣ ଶିକ୍ଷକଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ସ୍କୁଲରେ ଆତଙ୍କବାଦୀ ଆକ୍ରମଣ କରି ୭ ଜଣ ଶିକ୍ଷକଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଆତଙ୍କବାଦୀମାନେ ସ୍କୁଲରେ ପଶି ହଠାତ୍ ଷ୍ଟାପ୍ ରୁମ୍ ରେ ଆଖିବୁଜା ଗୁଳି ବର୍ଷଣ କରିଥିଲେ । କେହି କିଛି ବୁଝିବା ପୂର୍ବରୁ ୭ ଜଣ ଶିକ୍ଷକ ଟଳି ପଡିଥିଲେ । ପାକିସ୍ତାନର ପାରଚିନାରର ଏକ ବିଦ୍ୟାଳୟରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଗୁରୁବାର ଦିନ  ଏହି ଆକ୍ରମଣ ହୋଇଥିଲା।

କୁହାଯାଉଛି ଯେ, ସଶସ୍ତ୍ର ବାହୀନି ବିଦ୍ୟାଳୟର ଷ୍ଟାପ୍ ରୁମ ରେ ପଶି ଗୁଳି ଚଳାଇଥିଲେ । ଖବର ଅନୁଯାୟୀ ମୃତକଙ୍କ ମଧ୍ୟରୁ ୪ ଜଣ ଶିଖ୍ ସମ୍ପ୍ରଦାୟର ଅଟନ୍ତି। ଏଠାରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସରକାରୀ କର୍ମଚାରୀ କହିଛନ୍ତି ଯେ ଆକ୍ରମଣକାରୀଙ୍କୁ ଖୋଜା ଚାଲିଛି। ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭି କହିଛନ୍ତି ଯେ ଶିକ୍ଷକଙ୍କ ଉପରେ ହୋଇଥିବା ଆକ୍ରମଣ ନିନ୍ଦନୀୟ। ଏହାର ଆକ୍ରମଣକାରୀଙ୍କୁ ଶୀଘ୍ର ଗିରଫ କରାଯିବ ଏବଂ ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ। ବର୍ତ୍ତମାନ ପର‌୍ୟ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣକୁ ନିଜକୁ ଦାୟୀ କରି ନାହାନ୍ତି ।

Get real time updates directly on you device, subscribe now.