fbpx

ସେନା ଉପରେ ଆତଙ୍କୀ ଆକ୍ରମଣ: କଠୁଆରେ କମାଣ୍ଡୋର ସର୍ଚ୍ଚ ଅପରେସନ୍ ଜୋରଦାର

ନୂଆଦିଲ୍ଲୀ: ଭାରତୀୟ ସେନା ଉପରେ ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ୍ ସହିଦ ହୋଇଛନ୍ତି । ଏହାବ୍ୟତୀତ କିଛି ଯବାନ୍ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଏହାପରେ ଜମ୍ମୁ-କାଶ୍ମୀରର କଠୁଆରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି ସୁରକ୍ଷାବାହିନୀ । ୫ ଜଣ ଯବାନ୍ ସହିଦ ହେବା ପରେ ପାରା କମାଣ୍ଡୋ ମଧ୍ୟ ସର୍ଚ୍ଚ ଅପରେସନରେ ନିୟୋଜିତ ହୋଇଛନ୍ତି । ଏହି ଆକ୍ରମଣରେ ୨ରୁ ୩ ଜଣ ଆତଙ୍କବାଦୀ ସାମିଲ ଥିବା ନେଇ ଅନୁମାନ କରାଯାଉଛି । ତେବେ ଆତଙ୍କବାଦୀଙ୍କୁ ଖୋଜି ପାଲଟା ଦେବା ପ୍ରୟାସରେ ରହିଛି ଭାରତୀୟ ସୁରକ୍ଷାବାହିନୀ ।

Get real time updates directly on you device, subscribe now.