fbpx

ବିନା ଫିସ୍ ରେ ‘କଲ୍ଲି ୨୮୯୮ ଏଡି’ ରେ କାମ କରିଛନ୍ତି ଏହି ଅଭିନେତା….

Advertisement

ଓଡିଶା ଭାସ୍କର: ‘କଲ୍ଲି ୨୮୯୮ ଏଡି’ ଗତ ସପ୍ତାହରେ ରିଲିଜ ହୋଇ ସାରା ଦେଶ ତଥା ବିଦେଶରେ ଧୂମ୍ ମଚାଇ ଚାଲିଛି । ଏହାର ବକ୍ସ ଅଫିସ କଲେକ୍ସନ ମଧ୍ୟ ବେଷ୍ଟ ରହିଛି । ନାଗ ଅଶ୍ୱିନୀଙ୍କ ନିର୍ଦ୍ଦେଶିତ ଏହି ସିନେମା କରୁକ୍ଷେତ୍ରର ୬ ହଜାର ବର୍ଷ ପରର ସର୍ବନାଶର ପରବର୍ତ୍ତୀ ଦୁନିଆ ଉପରେ ଆଧାରିତ । ସିନେମାରେ ସାଉଥଷ୍ଟାର ପ୍ରଭାସ, ବଲିଉଡ ମହାନାୟକ ଅମିତାଭ ବଚ୍ଚନ, କମଲ ହସନ ତଥା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଦମଦାର ଅଭିନୟ ସିନେମାକୁ ସୁପରହିଟ ତଥା ବ୍ଲକବଷ୍ଟର କରି ପାରିଛି । ତାହାସହ ଏପିକ ସାଇନ୍ସ ଫାଇ ପିଲ୍ମରେ ବିଜୟ ଦେବରକୋଣ୍ଡା, ଦୁଲକର ସଲମାନ, ମୃଣାଳ ଠାକୁର, ରାମ ଗୋପାଳ ତଥା ଏସଏସ ରାଜାମୌଲୀଙ୍କ ଭଳି ଅନେକ ଆଚମ୍ବିତ କରୁଥିବା କୈମିଓ ମଧ୍ୟ ରହିଛନ୍ତି ।

ରିପୋର୍ଟ ଅନୁସାରେ, ‘କଲ୍ଲି ୨୮୯୮ ଏଡି’ ରେ କାମ କରିଥିବା ଆକ୍ଟର ବିଜୟ ଦେବରକୋଣ୍ଡା ଟଙ୍କାଟିଏ ବି ନେଇ ନାହାନ୍ତି । ସିନେମାରେ ତାଙ୍କର ତୃତୀୟ ପାଣ୍ଡବ ଅର୍ଜୁନଙ୍କ ଏକ ଛୋଟ ଭୂମିକା ରହିଛି । ଯିଏ କି ଅଶ୍ୱତ୍ଥାମା ( ଅମିତାଭ ବଚ୍ଚନ) ଓ ଭୈରବ (ପ୍ରଭାସ) ଙ୍କ ପୂର୍ବ ସମ୍ବନ୍ଧକୁ ବୁଝାଇବା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ତାଙ୍କର ଏହି ସ୍ୱତନ୍ତ୍ର କୈମିଓକୁ ଦର୍ଶକେ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି । ଏହି ପିରିୟଡ ଡ୍ରାମାରେ ବିଜୟ ଦେବରକୋଣ୍ଡା ପୂର୍ବରୁ କେବେ ନଜର ଆସି ନାହାନ୍ତି । ପ୍ରକାଶଥାଉ ଯେ, ନିର୍ଦ୍ଦେଶକ ନାଗ ଅଶ୍ୱିନ ୟବଡେ ସୁବ୍ରମଣ୍ୟମଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ପ୍ରଥମ ସିନେମାରେ ମଧ୍ୟ ଏକାସାଙ୍ଗେ କାମ କରି ସାରିଛନ୍ତି ।

Get real time updates directly on you device, subscribe now.