fbpx

ସେନ ୱାର୍ଣ୍ଣଙ୍କ ଯାଦୁଗରୀ ବଲ: ବ୍ୟାଟ୍ସମ୍ୟାନଙ୍କ ସହ ଅମ୍ପାୟାରଙ୍କୁ ବି କରିଥିଲା ଆଶ୍ଚର୍ଯ୍ୟ, ମନେ ପକାଇଲେ ଫ୍ୟାନ୍ସ

ନୂଆଦିଲ୍ଲୀ: କ୍ରିକେଟ ଜଗତରେ ସ୍ପିନର ଯାଦୁକର ସେନ ୱାର୍ଣ୍ଣ ହୃଦଘାତ ଯୋଗୁଁ ଥାଇଲାଣ୍ଡରେ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ଫ୍ୟାନ୍ସମାନେ ଏବେ ୱାର୍ଣ୍ଣଙ୍କ ସ୍ମୃତି ସାଉଁଟିବାରେ ଲାଗି ପଡିଛନ୍ତି । ଅତୀତର ଫର୍ଦ୍ଦ ଲେଉଟାଇ ଖୋଜିବାକୁ ଚେଷ୍ଟା କରୁଛନ୍ତି କିଙ୍ଗ ଅଫ ସ୍ପିନ ସେନ ୱାର୍ଣ୍ଣଙ୍କୁ । ଯାହାର ଗୋଟିଏ ବଲ କ୍ରିକେଟରେ ବଦଳାଇ ଦେଇଥିଲା ତାଙ୍କର ପରିଚୟ । ସେ ବନି ଯାଇଥିଲେ ସ୍ପିନର ଯାଦୁଗର । ତାଙ୍କର ସେହି ବଲକୁ ଏକ ଆଖ୍ୟା ମଧ୍ୟ ଦିଆଯାଇଛି “ବଲ ଅଫ ଦ ସେଞ୍ଚୁରୀ’ । ଆସନ୍ତୁ ଜାଣିବା ସେହି ବଲ ବିଷୟରେ ।

On this day: Shane Warne bowled the 'ball of century' to stun and impress  Mike Gatting | Sports News,The Indian Express

୪ ଜୁନ, ୧୯୯୩ରେ ଅଷ୍ଟ୍ରେଲିଆର ଓଲ୍ଡ ଟ୍ରାଫଡରେ ଖେଳାଯାଉଥିଲା ଆସେସ ସିରିଜ । ଏହି ମ୍ୟାଚରେ ସେ ଇଂଲଣ୍ଡର ମାଇକ ଗୋଟିଙ୍ଗଙ୍କୁ ପକାଇଥଇଲେ ଏକ ଚମତ୍କାରୀ ବଲ । ଯେଉଁ ବଲକୁ ବୁଝି ନପାରି ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ ଇଂଲଣ୍ଡର ଏହି ଷ୍ଟାର ଖେଳାଳି । ଏହି ବଲ କେବଳ ବ୍ୟାଟ୍ସମ୍ୟାନଙ୍କୁ ନୁହେଁ, ଅମ୍ପାୟାରଙ୍କ ସମେତ ମଇଦାନରେ ଥିବା ଅନେକ ଦର୍ଶକଙ୍କୁ ମଧ୍ୟ ଚକିତ କରି ଦେଇଥିଲା । ଏହି ବଲ ଡ୍ରପ ହେବା ପରେ ୯୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲିଥିଲା । ଲେଗ ଷ୍ଟମ୍ପର ବହୁ ବାହାରେ ପିଚ ହୋଇଥିଲା । ଯାହାକୁ ୱାଇଡ ବୋଲି ଭାବି ଖେଳିବାକୁ ଚାହିଁ ନଥିଲେ ମାଇକ ଗୋଟିଙ୍ଗ । କିନ୍ତୁ ବଲ ପିଚ ହେବା ପରେ ଚମତ୍କାର ଟର୍ଣ୍ଣ ହୋଇ ଆସି ଅଫ ଷ୍ଟମ୍ପରେ ବାଜିଥିଲା । ଏବଂ ୱିକେଟ ହରାଇ ପାଭିଲିୟନ ଫେରିଥିଲେ ଗୋଟିଙ୍ଗ ।

ତେବେ ଏହି ବଳର ଏପରି ଦିଗ ପରିବର୍ତ୍ତନକୁ କେହି ବିଶ୍ୱାସ କରି ପାରି ନଥିଲେ । ଏପରି କି ନିଜେ ସେନ ୱାର୍ଣ୍ଣ ମଧ୍ୟ ଏହି ବଲକୁ ନେଇ ଆଶ୍ଚର୍ଯ୍ୟ ହୋଇଥିବା ପ୍ରକାଶ କରିଥିଲେ । ତେଣୁ ଏହି ବଲକୁ ପରେ “ବଲ ଅଫ ଦ ସେଞ୍ଚୁରୀ’ ଭାବେ ଘୋଷଣା କରାଯାଇଛି । ଟେଷ୍ଟ କ୍ୟାରିୟରରେ ୭୦୦ରୁଅଧିକ ୱିକେଟ ନେଇଥିବା ସେନ ୱାର୍ଣ୍ଣଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା ୮/୭୩ ।

Get real time updates directly on you device, subscribe now.