fbpx

G-20 Summit; ବିକାଶର ଆଧାର ହେଉଛି Connecticity: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କନେକ୍ଟିଭିଟି ବିକାଶର ଏକ ଆଧାର ବୋଲି ମୋଦୀ ପ୍ରକାଶ କରିଛନ୍ତି । ପାର୍ଟନରସିପ ଫର୍ ଗ୍ଲୋବାଲ ଇନଫ୍ରାଷ୍ଟ୍ରକଚର ଆଣ୍ଡ ଇନଭେଷ୍ଟମେଣ୍ଟ ବୈଠକ ଅନୁଷ୍ଠିତ ହୋଇଛି । 3F ଏବଂ ଆତଙ୍କବାଦ ବିରୋଧୀ ଅଭିଯାନ ସହିତ କନେକ୍ଟିଭିଟିକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏହାର ଭିତ୍ତିଭୂମି ବିକାଶ ଉପରେ ସେ ଏହି ବୈଠକରେ ଗୁରୁତ୍ୱାରୋପ କରିଛନ୍ତି ।

ବିଶେଷ କରି ଗ୍ଲୋବାଲ ସାଉଥ ରାଷ୍ଟ୍ରଗୁଡ଼ିକ ଉପରେ ଏଭଳି ମତ ରଖିଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଯେ, ଭାରତ ଦକ୍ଷିଣ ରାଷ୍ଟ୍ରଗୁଡ଼ିକ ସାହାଯ୍ୟ ଯୋଗାଇ ଆସୁଛି । ଭାରତ-ମଧ୍ୟ ପ୍ରାଚ୍ୟ-ୟୁରୋପ କନେକ୍ଟିଭିଟି ବଢିବା ନିହାତି ଆବଶ୍ୟକ ବୋଲି ମୋଦୀ ଆହ୍ୱାନ ଦେଇଛନ୍ତି । ସେହିପରି ଭାରତ-ମଧ୍ୟ ପ୍ରାଚ୍ୟ-ୟୁରୋପ ଇକୋନୋମିକ କରିଡରକୁ ରାଷ୍ଟ୍ରନେତାଙ୍କ ତରଫରୁ ଗୁରୁତ୍ୱ ଦିଆଯାଇଛି । ସେପଟେ ୱାନ୍, ଆର୍ଥ, ୱାନ୍ ଫ୍ୟାମିଲି ଏବଂ ୱାନ୍ ଫ୍ୟୁଚର ଉପରେ ଗୁରୁତ୍ୱ ଦେଇଛନ୍ତି ଆମରେିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

Get real time updates directly on you device, subscribe now.