fbpx

‘ପୁଅ ପାଇଁ ମୋ କ୍ୟାରିୟର ବରବାଦ କରିଦେଲେ BCCI ଅଧ୍ୟକ୍ଷ…’ ଅବସର ପରେ ମୁହଁ ଖୋଲିଲେ ରାୟୁଡୁ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ପରେ କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇଛନ୍ତି ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ । ଟିମ ଇଣ୍ଡିଆରେ ଖେଳିବା ସହ ଆଇପିଏଲରେ ଏକାଧିକ ଦଳରେ ସେ ନିଜ ବ୍ୟାଟିଂର ଜଲୱା ଦେଖାଇଛନ୍ତି । ତେବେ ଚେନ୍ନାଇ ସୁପର କିଙ୍ଗସ ଦଳ ପାଇଁ ସେ ଖୁବ ଦମଦାର ବ୍ୟାଟିଂ କରି ଲୋକଙ୍କ ପାଖରେ ପହଞ୍ଚି ପାରିଛନ୍ତି । ତେବେ ଅବସର ପରେ ଭାରତୀୟ କ୍ରିକେଟ ବୋର୍ଡକୁ ନେଇ ଏକ ମହା ଖୁଲାସା କରିଛନ୍ତି ରାୟୁଡୁ । ବିସିସିଆଇ ଅଧ୍ୟକ୍ଷ ନିଜ ପୁଅ ପାଇଁ ରାୟୁଡୁଙ୍କ କ୍ୟାରିୟର ବରବାଦ କରିଦେଇଥିବା ସେ ଅଭିଯୋଗ ଆଣିଛନ୍ତି ।

କ୍ରିକେଟରୁ ଅବସର ନେବା ପରେ ରାୟୁଡୁ ରାଜନୀତିରେ ପାଦ ଥାପିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଚର୍ଚ୍ଚା ଭିତରେ ରାୟୁଡୁ ଏକ ବଡ ବୟାନ ଦେଇ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବିସିସିଆଇର ପୂର୍ବ ଅଧ୍ୟକ୍ଷଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାୟୁଡୁ । ନିଜ ପୁଅଙ୍କ କ୍ୟାରିୟରକୁ ସଜାଡିବା ପାଇଁ ଅଧ୍ୟକ୍ଷ ତାଙ୍କ କ୍ୟାରିୟର ବରବାଦ କରିଥିବା ସେ ଅଭିଯୋଗ କରିଛନ୍ତି । ସିଧାସଳଖ ବିସିସିଆଇର ପୂର୍ବ ଅଧ୍ୟକ୍ଷ ଶିବଲାଲ ଯାଦବଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଅମ୍ବାତି ରାୟୁଡୁ । ପୁଅ ଅର୍ଜୁନ ଯାଦବଙ୍କୁ ସୁଯୋଗ ଦେବା ପାଇଁ ସେ ଚେଷ୍ଟା କରୁଥିଲେ । ତେଣୁ ମୁଁ ଅଧିକ ସମୟ ପର୍ଯ୍ୟନ୍ତ ଭାରତୀୟ ଟିମରେ ସ୍ଥାନ ପାଇ ପାରିନଥିଲି ବୋଲି ସେ ପ୍ରକାଶ କରିଛନ୍ତି ।

India player Ambati Rayudu suspended from bowling in International cricket

ସେ କହିଛନ୍ତି ଯେ, ମୋ ପିଲାବେଳରୁ ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ରାଜନୀତି ଆରମ୍ଭ ହୋଇଥିଲା । ଶିବଲାଲ ଯାଦବ ପୁଅ ଅର୍ଜୁନଙ୍କୁ ଟିମ ଇଣ୍ଡିଆରେ ଖେଳାଇବା ପାଇଁ ତାଙ୍କୁ ସମସ୍ୟା ଘେରରେ ପକାଉଥିବା କହିଛନ୍ତି ରାୟୁଡୁ । ୨୦୦୩-୦୪ରେ ଚୟନ କମିଟି ବଦଳିଯିବାରୁ ତାଙ୍କୁ ସୁଯୋଗ ମିଳି ନଥିବା ବୋଲି ରାୟୁଡୁ କହିଛନ୍ତି । ତେଣୁ ସେ ହାଇଦ୍ରାବାଦ ଛାଡି ଆନ୍ଧ୍ରପ୍ରଦେଶ ତରଫରୁ ଖେଳିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ୨୦୧୯ ବିଶ୍ୱକପ ସମୟରେ ମଧ୍ୟ ରାୟୁଡୁଙ୍କୁ ସୁଯୋକ ମିଳିଥିବା ବେଳେ ଶେଷ ମୁହୂର୍ତ୍ତରେ ତାଙ୍କୁ ଦଳରୁ ବାଦ୍ ଦିଆ ଯାଇଥିଲା । ଚୟନକର୍ତ୍ତା ଏମଏସକେ ପ୍ରସାଦ ତାଙ୍କ ସ୍ଥାନରେ ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ଦଳରେ ସ୍ଥାନ ଦେଇଥିଲେ । ଯାହାକୁ ନେଇ ବର୍ତ୍ତମାନ ବିସିସିଆଇର ଗୁମର ଖୋଲିଛନ୍ତି ଷ୍ଟାର କ୍ରିକେଟର ଅମ୍ବାତି ରାୟୁଡୁ ।

Get real time updates directly on you device, subscribe now.