fbpx

Video; ପରିବା ବିକୁଥିବା ବୁଢ଼ୀ ମା’ର ପଣତରେ ଥୋଇଦେଲେ କାର୍, ଚକ ଖୋଲି ନେଇଗଲେ ପୋଲିସ୍

ନୂଆଦିଲ୍ଲୀ: ସବୁଦିନ କିଛି ଘଟଣା, ଅଘଟଣର ଭିଡିଓ ସୋସିଆଲ ମାଡିଆରେ ଘୁରି ବୁଲୁଛି । ଆଜି ଆମେ ଏମିତି ଏକ ଭିଡ଼ିଓ ବିଷୟରେ କହୁଛୁ ଯାହାକୁ ଆପଣ ବି ଦେଖିଲେ କହିବେ । ପୋଲିସ ବାବୁ ଯାହା କରିଛନ୍ତି ଠିକ୍ କରିଛନ୍ତି । ଘଟଣାଟି ଏମିତି ଜଣେ ମହିଳା ରାସ୍ତା କଡ଼ରେ ବସି ପରିବା ବିକ୍ରି କରୁଛନ୍ତି । ସେହି ସମୟରେ ଗୋଟେ ଲାଲ୍ ରଙ୍ଗର କାର୍ ଆସି ତାଙ୍କ ପଛପଟରେ ଠିଆ ହେଉଛି । ସେହିଠାରେ ପାର୍କିଂ କରି ଯୁବକମାନେ ଚାଲିଯାଉଛନ୍ତି ।

ସେପଟେ ମହିଳା ଜଣକ ଜାଣିପାରିନଥିଲେ କି ତାଙ୍କ ପଣତ ଉପରେ କାରର ଚକ ରହିଯାଇଛି । ସେ ଯେତେବେଳେ ସେଠାରୁ ଉଠିବକୁ ଚାହିଁଲେ ସେତେବେଳେ ସେ ଜାଣିବାକୁ ପାଇଥିଲେ ତାଙ୍କ ପଣତ ଚକାତଳେ ରହିଯାଇଛି । ସେବହୁଚେଷ୍ଟା କରି ମଧ୍ୟ ତାଙ୍କ ଶାଢ଼ୀର ପଣତକୁ ବାହାର କରିପାରୁ ନଥିଲେ । ଆଉ ସେହି ସମୟରେ ଅନ୍ୟପଟୁ ଦୁଇ ଜଣ ପୋଲିସ୍ କାଇକ୍ ରେ ଆସି ପଚାରୁଛନ୍ତି ଯେ କଣ ହୋଇଛି । ଯେତେବେଳେ ପୁରା ଘଣା ବିଷୟରେ ଜାଣିଲେ । ସେତେବେଳେ ଜଣେ ଗାଡ଼ି ମକାନିକ୍ ଡାକି ସେ କାରର ଚକ ଖଲାଇଥିଲେ ।

ସେହି ସମୟରେ କାରର ମାଲିକ ଆସି ଘଟଣାସ୍ଥଳରେ ପହଞ୍ଚିଥଲେ । ପେଲିସଙ୍କୁ ସେମାନେ ଯେତେ ଅନୁରୋଧ କରିଥି ବି ପୋଲିସ କିଛି ଶୁଣି ନଥିଲେ, ସେ କାରରୁ ଚକ ଖୋଲି ନେଇ ଯାଇଥିଲେ । ତେବେ ଏହି ଭିଡ଼ିଓଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @peshorr ନାମକ ଏକ ଆକାଣ୍ଟରୁ ଜୁଲାଇ ଚାରି ତାରିଖରୁ ପୋଷ୍ଟ କାରାଯାଇଛି । ଏହି ଭିଡିଓଟିକୁ ଏବେ ସୁଧା ୧.୯ ମିଲିୟନ୍ ଲୋକ ଦେଖି ସାରିଲେଣି । ଦଶ ହଜାରରୁ ଅଧିକ ଲୋକ ଲାଇକ କରିସାରିଳେଣି ।

 

Get real time updates directly on you device, subscribe now.