fbpx

ଓକିଲଙ୍କ କଳାକୋଟ୍ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଦାଖଲ ହେଲା ମାମଲା, ଇଂରେଜମାନଙ୍କ ଉପରେ ବି ଉଠିଲା ପ୍ରଶ୍ନ

AAKASH

ନୂଆଦିଲ୍ଲୀ: କଳାକୋଟ୍ ଓକିଲଙ୍କ ପରିଚୟ ହୋଇଥାଏ । କିନ୍ତୁ ଅତ୍ୟଧିକ ଗରମରେ ଏହି ରଙ୍ଗର ପୋଷାକ ପିନ୍ଧିବାକୁ ବାରଣ କରାଯାଇଥାଏ । ଏହାରି ମଧ୍ୟରେ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି । ଏଥିରେ ଗରମ ସମୟରେ ଓକିଲଙ୍କ ଡ୍ରେସ କୋର୍ଡ ନିୟମ କୋହଳ କରିବାକୁ ଆବେଦନ କରାଯାଇଛି । ଏହା ଜରିଆରେ ଆବେଦନ କରାଯାଇଛି କି ଓକିଲଙ୍କୁ ଖରାଦିନେ କଳାକୋଟ୍ ପିନ୍ଧିବାରୁ ମୁକ୍ତି ଦିଆଯାଉ । ଯାଚିକାରେ କୋର୍ଟରେ ଦାବୀ କରାଯାଇଛି କି ଆଡଭୋକେଟ୍ ଆକ୍ଟ ୧୯୬୧ ନିୟମରେ ସଂଶୋଧନ କରାଯାଉ । ଫଳରେ ଗରମ ଦିନରେ ଓକିଲଙ୍କୁ କଳାକୋଟ୍ ପିନ୍ଧିବାରୁ ମୁକ୍ତି ମିଳିବ ।

ଯାଚିକାରେ କୁହାଯାଇଛି କି କୋର୍ଟ ସମସ୍ତ ରାଜ୍ୟର ବାର୍ କାଉନସିଲକୁ ଏହି ସମ୍ବନ୍ଧରେ ଆଦେଶ ଦିଅନ୍ତୁ । ଏହା ଜରିଆରେ ସେହିସବୁ ମାସର ତାଲିକା ପ୍ରସ୍ତୁତ କରାଯିବ ଯେତେବେଳେ ଗରମ କାରଣରୁ କଳାକୋଟ୍ ପିନ୍ଧିବା ସମସ୍ୟା ହୋଇଥାଏ । ଆବେଦନରେ କୁହାଯାଇଛି କି ଗରମ ଦିନରେ କଳାକୋଟ୍ ପିନ୍ଧିବା ଦ୍ୱାରା ହେଉଥିବା କ୍ଷତିର ଅଧ୍ୟୟନ ଲାଗି ଏକ କମିଟିର ଗଠନ କରାଯାଉ ଓ ଏହି କମିଟିରେ ମେଡିକାଲ ବିଶେଷଜ୍ଞ ରଖାଯାଉ । ଗରମ ଦିନରେ କଳାକୋଟ୍ ପିନ୍ଧିବା ଦ୍ୱାରା କିପରି ସ୍ୱାସ୍ଥ୍ୟ ଓ କାର୍ଯ୍ୟ କ୍ଷମତା ଉପରେ ବିପରୀତ ପ୍ରଭାବ ପଡିଥାଏ ଏହା ଉପରେ ଅଧ୍ୟୟନ ହେବା ଉଚିତ ବୋଲି ଯାଚିକାରେ କୁହାଯାଇଛି ।

ଆଡଭୋକେଟ୍ ଶୈଳେନ୍ଦ୍ର ମଣି ତ୍ରିପାଠୀ ସୁପ୍ରିମକୋର୍ଟ ବେଞ୍ଚରେ ଆବେଦନ କରିଥିଲେ କି ପରମ୍ପରାଗତ ଡ୍ରେସ୍ କୋର୍ଡ ନିୟମରୁ ସେମାନଙ୍କୁ ଆଶ୍ୱସ୍ତି ଦିଆଯାଉ । ଏହାର କାରଣ ଦେଶର ବିଭିନ୍ନ ଅଞ୍ଚଳରେ ଲଗାତର ତାପମାତ୍ରା ବଢୁଥିବାରୁ କଳାକୋଟ୍ ପିନ୍ଧି କାମ କରିବା ଅସମ୍ଭବ ହୋଇପଡିଛି । କଳାକୋଟ୍ ପିନ୍ଧିବା ପରମ୍ପରା ବ୍ରିଟିଶ ସମୟରୁ ଚାଲି ଆସିଛି । ଏହା କିନ୍ତୁ ଭାରତ ଲାଗି ଠିକ୍ ନୁହେଁ ବୋଲି ଆଡଭୋକେଟ୍ କହିଛନ୍ତି । ବ୍ରିଟେନର ପାଣିପାଗ ଆମ ଠାରୁ ଅଲଗା ଅଟେ । ତେଣୁ ଗରମ ଦିନମାନଙ୍କରେ ଏଠାରେ କଳାକୋଟ୍ ପିନ୍ଧି କାମ କରିବା ସମ୍ଭବ ହେଉ ନାହିଁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.