ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା; ପୀଡ଼ିତାଙ୍କ ବାନ୍ଧବୀ ନାବାଳିକା ସହ ୩ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ରାଜଧାନୀ ଭୁବନେଶ୍ବରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏହି ଗଣଦୁଷ୍କର୍ମ ମାମଲାରେ ସାମିଲ ଅଛନ୍ତି ପୀଡ଼ିତାଙ୍କ ବାନ୍ଧବୀ । ଗଣଦୁଷ୍କର୍ମ ପରେ ଭିଡିଓ କରିଥିଲେ ଅଭିଯୁକ୍ତ । ପରେ ସେ ଭିଡିଓ ପିଡ଼ୀତାଙ୍କ ମା’ଙ୍କୁ ପଠାଇଥିଲେ । ପରେ ସେହି ଭିଡିଓକୁ ନେଇ ତାଙ୍କ ମାଆଙ୍କୁ ଟଙ୍କା ମାଗିଥିଲେ ଅଭିଯୁକ୍ତ । ଏନେଇ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହୋଇଥିଲେ ।

ମାମଲାକୁ ଭିର୍ତ୍ତିକରି ପୀଡ଼ିତାଙ୍କ ବାନ୍ଧବୀ ନାବାଳିକା ସହ ୩ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଘଟଣା ସଂପର୍କରେ ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କ ସୂଚନା । ‘ନାବାଳିକାଙ୍କୁ ଗଣଦୁଷ୍କର୍ମ ନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା ।

ପୀଡ଼ିତାଙ୍କୁ ତାଙ୍କ ବାନ୍ଧବୀ ଫୁସୁଲାଇ ଏକ ପରିତ୍ୟକ୍ତ ସ୍ଥାନକୁ ନେଇଥିଲେ । ସେଠାରେ ୪ ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ରେଡ୍‌ କରି ସମସ୍ତ ୪ ଅଭିଯୁକ୍ତ ଓ ପୀଡ଼ିତାଙ୍କ ବାନ୍ଧବୀଙ୍କୁ ଧରିଛି । ବାନ୍ଧବୀ ଓ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, ଅନ୍ୟ ୨ ଅଟକ । ‘