fbpx

ସବସିଡି ବାବଦକୁ କେନ୍ଦ୍ର ଦେଲା ୧୪୧୨ କୋଟି

ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର): ସବସିଡି ଅର୍ଥ ବାବଦକୁ ରାଜ୍ୟକୁ ୧୪୧୨ କୋଟି ଟଙ୍କା ଦେଇଛି କେନ୍ଦ୍ର । ବାରମ୍ବାର ଏଥିପାଇଁ ଦାବି ଉଠାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏସମ୍ପର୍କରେ ଟ୍ୱିଟ୍ କରି ସାଂସଦ ଭର୍ତ୍ତୃହରି ମହାତାବ ଓ ଅମର ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଯୋଗାଣ ମନ୍ତ୍ରୀ । ଏଥି ସହ କେନ୍ଦ୍ର ଯୋଗାଣ ମନ୍ତ୍ରୀ ରାମବିଳାସ ପାସୱାନଙ୍କୁ କୃତଜ୍ଞତା ଜଣାଇଛନ୍ତି ରଣେନ୍ଦ୍ର ।

ତେବେ ଓଡିଶାର ସବସିଡି ଅର୍ଥ ବାବଦକୁ ୪୨୦୦ କୋଟି ଟଙ୍କା ବାକି ପଡିଥିଲା । ଏହି ଅର୍ଥ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂସଦମାନେ ଦାବି କରିଥିଲେ ।

Get real time updates directly on you device, subscribe now.